୪ଦିନ ଧରି ଚଳିବ ପଲଶାଗୋରା ପ୍ରସିଦ୍ଧ ମକର ଯାତ୍ରା


କଣ୍ଟାମାଳ (ସୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପ୍ରସିଦ୍ଧ ମକର ଯାତ୍ରା ଶନିବାର ସକାଳୁ ଆରମ୍ଭ ହୋଇଛି |ସକାଳୁ ଶ୍ରୀ କପିଳେଶ୍ଵର ବାବାଙ୍କ ନିକଟରେ ମାଳି ସେବକ ନିରଞ୍ଜନ ଖମାରୀ, ସଚ୍ଚିଦାନନ୍ଦ ଖମାରୀ, ବ୍ରହ୍ମା ଖମାରୀ, ଅଚ୍ୟୁତ ଖମାରୀ, ତରଣୀ, ଅଜିତ, ନାରାୟଣ ପ୍ରମୁଖ ରାଶି ମିଶ୍ରିତ ମକର ଚାଉଳ ଭୋଗ ଲଗାଇ ଭକ୍ତ ମାନଙ୍କୁ ମକର ଚାଉଳ ବଣ୍ଟନ କରିଥିଲେ |ପରେ ମନ୍ଦିର ରୁ ମହାମନ୍ତ୍ର ନେଇ ସମ୍ମୁଖରେ ଥିବା କୁଞ୍ଜଗୁଡ଼ିରେ ଚବିଶ ପ୍ରହରୀ ନାମ ଯଂଜ୍ଞ ଆରମ୍ଭ ହେବା ସହ ଯାତ୍ରାର ଶୁଭାରମ୍ଭ ହୋଇଛି |ମକର ଚାଉଳ ପରସ୍ପର ପରସ୍ପର କୁ ଖୁଆଇ ଝିଅ ମାନେ କପିଳେଶ୍ଵର ବାବା ମନ୍ଦିରରେ ଶପଥ ନେଇ ମକର ବସିଥିଲେ ।କରୋନା ଯୋଗୁଁ ଦୁଇବର୍ଷ ଯାତ୍ରା ବନ୍ଧ ଥିବାରୁ ଚଳିତ ବର୍ଷ ଯାତ୍ରାରେ ବହୁ ବ୍ୟବସାୟୀ ଦୋକାନ ଖୋଲିଥିବା ଦେଖା ଯାଉଥିବାବେଳେ ଧିରେ ଧିରେ ଲୋକଙ୍କ ଗହଳି ଆରମ୍ଭ ହୋଇଛି |ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଟ ହାଉସ ରେ ବିଭାଗ ର କର୍ମଚାରୀ ସଜାଗ ରହିଛନ୍ତି |ଯାତ୍ରାଟି ୧୭ ତାରିଖ ମଙ୍ଗଳବାର ସରିବ ବୋଲି କମିଟି ସଭାପତି ରବୀନ୍ଦ୍ର ପ୍ରଧାନ କହିଛନ୍ତି ।

Post a Comment

Previous Post Next Post