ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଜିଲ୍ଲା ମୁଖ୍ୟାଳୟ କଚେରୀ ପଡିଆଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଦିବସ ଉପଲକ୍ଷେ ରାମଧୂନ ପ୍ରଭାତଫେରୀ,ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ପୂର୍ବାହ୍ନ ୮.୩୦ ରେ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ୟାରେଡ ପଡିଆଠାରେ ଜାତୀୟପତାକା ଉତ୍ତୋଳନ,ପୁଲିସ ବାହିନୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ମିଳିତ ପ୍ୟାରେଡ,ସାଂସ୍କୃତିକ କାର୍ଯ୍ୟକ୍ରମ ,ସରକାରଙ୍କ ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମର ସଚେତନତା ବାର୍ତାବାହକ ପ୍ରଜ୍ଞାପନ ମେଢ ପଡିଆରେ ଅନୁଷ୍ଠିତ ହେବ । ଏହି ଦିବସ ଉପଲକ୍ଷେ ମୁଖ୍ୟଅତିଥିଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟଚିକିତ୍ସାଳୟ,ଉପକାରାଗାରର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ । ଏହି ଅବସରରେ ଏନଏସି ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚର ଆୟୋଜନ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇ ସନ୍ଧ୍ୟାରେ ଟାଉନହଲଠାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ବୈଠକରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ବୈଠକର କାର୍ଯ୍ୟସୂଚୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବହେରା,ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ,ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର,ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ,ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ,ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,ତହସିଲଦାର ଦେବୀ ପ୍ରସାଦ ଦାଶ,ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ଇଂ.ମନୋରଞ୍ଜନ ପଣ୍ଡାଙ୍କ ସମେତ ବହୁ ଅଧିକାରୀ,ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା,ବରିଷ୍ଠ ନାଗରିକ ଯୋଗଦେଇଥିଲେ ।

Post a Comment

Previous Post Next Post