ପୂର୍ବତ୍ତନ ବିଜେଡି ବ୍ଲକ ସଭାପତି ଏକାଦଶ କ୍ରିୟା ଅବସରରେ ସ୍ମୃତିସଭା।


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପୂର୍ବତ୍ତନ ବିଜେଡି ସଭାପତି ସ୍ବର୍ଗତ ମୃତ୍ୟୁଞ୍ଜୟ ଗିରି(ନିଆସି)ଙ୍କ ଏକାଦଶ କ୍ରିୟା ଓ ସ୍ମୃତି ସଭା ଶିକ୍ଷକ ବେଣୁଧର ଜେନା ପୌରହିତ୍ୟରେ ପୂର୍ବତ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ସ୍ୱର୍ଗତ ଗିରି ବାବୁଙ୍କ ସମାଜସେବା,ସଂଗଠନ ଓ ଅଞ୍ଚଳବାସିଙ୍କ ନିମନ୍ତେ ବିସ୍ତାର କ୍ଷେତ୍ରରେ ଅସାଧାରଣ ଉସ୍ୱର୍ଗୀକୃତ ମାନସିକତା ପୋଷଣ କରି ଅନେକ ଅକ୍ଷୟ କୀର୍ତ୍ତିର ପ୍ରତିଷ୍ଠାତା ଭାବରେ ଅମର ରହିବି ଏବଂ ସେ ଯେଉଁ ଉଦ୍ୟମ କରିଥିଲେ ତାର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ନିଶାକର ସେଠୀ,ବିଜେପି ସାଂସଦ ପ୍ରତିନିଧି ମହେଶ୍ବର ଜେନା,ରତାଇ ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ସରୋଜ କୁମାର ପାଢ଼ୀ, ପୂର୍ବତ୍ତନ ସରପଞ୍ଚ ମନ୍ମଥ ଗିରି,ରାତାଇ ପଞ୍ଚାୟତ ପୂର୍ବତନ ବିଜେଡି ସଭାପତି ଲକ୍ଷ୍ମୀଧର ପ୍ରଧାନ,ବରିଷ୍ଠ ଆଇନଜୀବି ଅରୁଣ କୁମାର ବେହେରା,ବିଜେଡ଼ି ପୂର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ଅଣ୍ଡିଆ,ଦେଭୋଗ ପଞ୍ଚାୟତର ବିଜେଡିର ପୂର୍ବତ୍ତନ ସମିତିସଭ୍ୟ ମୃତୁଞ୍ଜୟ ନାୟକ, ପୂର୍ବତ୍ତନ ବାଲିଆପାଳ ବିଜେଡ଼ି ବ୍ଲକ ସଭାପତି ଚକ୍ରଧର ଗିରି,ମଧୁପୁର ସରପଞ୍ଚ ପ୍ରତିନିଧି ଲମ୍ବୁଧର ମହାନା,ବିଜେଡି ଛାତ୍ର ସଭାପତି ଲକ୍ଷ୍ମୀଧର ପାତ୍ର,ସମାଜସେବୀ ବଳରାମ ପ୍ରଧାନ,ନାରୀ ନେତ୍ରୀ ପରମେଶ୍ବରୀ ସାହୁ,ସୁରେଶ ପ୍ରଧାନ,ରାମ କୃଷ୍ଣ ଜେନା,ପୂର୍ବତନ ସରପଂଚ ବାଟ କୃଷ୍ଣ ଗିରି,ବସନ୍ତ ପ୍ରଧାନ,ଅନନ୍ତ ରାଉତ,ସଞ୍ଜୟ ସେଠୀ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ନିୟାସୀ ବାବୁ କୃତି ଓ କୃତିତ୍ବ ପରବର୍ତ୍ତୀ ବଂଶଧର ମାନଙ୍କର ଓ ସ୍ଥାନୀୟ ଅଞ୍ଚଳ ପାଇଁ ଆଲୋକାବର୍ତ୍ତି ସହ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ ବୋଲି ମତବ୍ୟକ୍ତ କରିଥିଲେ।

Post a Comment

Previous Post Next Post