ଫରସର ଗ୍ରାମରେ ମଦ ବିରୋଧି ଅଭିଯାନ ପାଇଁ ରାଜ ରାସ୍ତା ଓହ୍ଲାଇଲେ ସତା ଧିକ୍ ମହିଳା


ନୂଆପଡ଼ା,(ରିଖିରାମ ଦଳ) ମଦ ପାଇଁ ମଣିଷର କେତେ କ୍ଷତି କାରକ ହୁଏ ତାହା ଫରସରା ଗ୍ରାମର ଶତାଧିକ ପୁରୁଷ ମହିଳା ତତ୍ ସହିତ ଗ୍ରାମର ବୁଦ୍ଧିଜୀବି ରାଜରାସ୍ତାକୁ କୁ ଓହ୍ଲାଇଲେ ଗ୍ରାମରେ ଅଛି ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟ ।ଅତି ଆଶ୍ଚର୍ଯ୍ୟ ର କଥା କି ଯୋଉଠି ୩୦ ମିଟର ଦୂରତାରେ ସାତସାତ ଟି ଦେଶୀ ମଦ କୋଠୀ ଚାଲିଛି।ସେଇଠି ପୁଣି ଫରସରା ଗ୍ରାମର ମା ଭଉଣୀ ମାନେ ନଳକୂପ କୁ ପାଣି ନେବା ପାଇଁ ଆସିଥାନ୍ତି,ହେଲେ ସମସ୍ତଙ୍କର ଅଭିଯୋଗ ଆସୁଛି ସକାଳରୁ ଚା ପିଇବା ବଦଳରେ ମଦ ପିଇକି ଅସଦାଚାରଣ କରୁଛନ୍ତି।ଏ କଥା ଆମେ କହୁନୁ ନିଜେ କହୁଛନ୍ତି ଗ୍ରାମବାସୀ।ଏମିତି ଏକ ଖବର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତ ଫରସରା ଗ୍ରାମରେ। ଏହି ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକ ହୋଇ ରାଜରାସ୍ତାକୁ ଓହ୍ଲାଇ ମଦ କୋଠି ବନ୍ଦ କରି ବା ପାଇଁ ବିଭିନ୍ନ୍ ନାରା ବାଜି କରିବା ସହିତ ଆଗାମୀ ଦିନରେ ମଦ କୋଠି ବନ୍ଦ ନ ହେଲେ ଅବକାରୀ ବିଭାଗ ର କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ମହିଳା ମାନେ ଚେତା ବନି ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ଦେଇ ଆସୁଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ।

Post a Comment

Previous Post Next Post