ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଟାଉନ ହଲ ଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଯୋଗକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ଆଜି ଅପରାହ୍ନ ୫ଘ. ସମୟରେ ଭିକାରୀ କଳା ମଣ୍ଡପ ପରିସରରେ ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏ. ଡି. ଏମ. ଓ. ସଂଘମିତ୍ରା ପଣ୍ଡା, ଡି. ପି. ଏମ. ରୂପକ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗଦାନ କରି ଯୋଗଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସମ୍ପର୍କରେ ଆଲୋଚନା କରିଥିଲେ । ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ, ସୁନିତା ଦାଶ ଯୋଗାଭ୍ୟାସ କରାଇଥିଲେ । ସୂର୍ଯ୍ୟ ନମସ୍କାର, ସୁକ୍ଷ୍ମ ବ୍ୟାୟାମ, ବିଭିନ୍ନ ଆସନ, ପ୍ରାଣାୟାମ କରିବା ସହିତ ଧ୍ୟାନ ଓ ମ୍ୟୁଜିକ ଥେରାପି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଭିନ୍ନ ରୋଗ ପାଇଁ ଯୋଗ କରିବା ଆବଶ୍ୟକ ବୋଲି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଏ.ଏନ. ଏମ.ର ଛାତ୍ରୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭ୍ୟାସ କରିଥିଲେ।

Post a Comment

Previous Post Next Post