ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ଅନୁଷ୍ଠିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଭୈରବୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ ୨୦୨୨ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠି ଏହି କ୍ରୀଡ଼ାକୁ ଉଦଘାଟନି କରିଥିବା ବେଳେ ବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ!ସୂଚନା ଅନୁଯାଇ ଏହି କ୍ରୀଡା ଦୁଇଦିନ ଧରି ଚାଲୁ ଥିବା ବେଳେ କ୍ରୀଡା କୁ ଖେଳ ଶିକ୍ଷକ ରଞ୍ଜନ କୁମାର ପାଣିଗ୍ରାହୀ, ଡିଗ୍ରୀ କଲେଜ ର ଖେଳଶିକ୍ଷକ ମଧୁସୂଦନ ବେହେରା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖେଳଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଖେଳକୁ ପରିଚାଳନା କରିଥିଲେ!ଖେଳର ବିଭିନ୍ନ ବିଭାଗ ମଧ୍ୟରେ ୧୦୦,୨୦୦,୪୦୦,୮୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଜାଭଲୀନ, ସଟ ଫୁଟ, ପ୍ରତିଯୋଗିତା ରେ ପ୍ରାୟ ୩୦୦ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ!ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

Post a Comment

Previous Post Next Post