ବୌଦ୍ଧ (ହୃଦାନନ୍ଦ ମେହେର) ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ ଜଗନ୍ନାଥ ପାଠାଗାର ଆନୁକୂଲ୍ୟରେ ବୌଦ୍ଧ ବ୍ଲକ ତେଲିବନ୍ଧ ଠାରେ ବାସୁଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରତ୍ନାକର ନାଏକ, ତେଲିବନ୍ଧ ସମବାୟ ସମିତିର ସଭାପତି ତ୍ରିପୁର ମହାକୁଡ଼ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଜ୍ଞାତ କରାଇଥିଲେ ଏବଂ ଉପସ୍ଥିତ ପ୍ରତ୍ୟେକଙ୍କୁ ମାନବିକତାର ସହ ସ୍ବେଛାସେବୀ ହେବାକୁ ଆହ୍ୱାନ କରିଥିଲେ । ନେହେରୁ ଯୁବ କେନ୍ଦ୍ର ଆସମାନ ମହାକୁଡ଼ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ ସୁମନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment