ଧୂଙ୍ଗିଆମୁଣ୍ଡା ଧନୁଯାତ୍ରା ପାଇଁ କଂସ ଙ୍କୁ ସ୍ଵାଗତ


ସିନାପାଲି;(ପରମେଶ୍ବର ମେହେର) ନୂଆପଡା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁ ମୁଣ୍ଡା ପଞ୍ଚାୟତ ଧୂଙ୍ଗିଆମୁଣ୍ଡାଠାରେ ଆସନ୍ତା ୧୪ରୁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବହେବ। ମହୋତ୍ସବରେ କଂସ ଭୂମିକାରେ ବଲାଙ୍ଗୀର ଜିଲ୍ଲା ଲାଠୋର ମା' ମଙ୍ଗଳା ନାଟ୍ୟକଳା
 ପରିଷଦ କଲାକାର ସୁଶାନ୍ତ ମେହେର ଅଭିନୟ କରିବେ ଓ ମନ୍ତ୍ରୀ ଭାବେ ହିମାଂସୁ ମେହେର ଅଭିୟୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମଙ୍ଗଳ ବାର ଧୂଙ୍ଗିଆମୁଣ୍ଡା ଧନୁଯାତ୍ରାର କଂସ ସୁଶାନ୍ତ ମେହେରଙ୍କୁ ଆୟୋଜକ କମିଟି ପକ୍ଷରୁ ସ୍ଵାଗତ କରାଯାଇଛି। ଧୁଙ୍ଗିଆମୁଣ୍ଡା ଧନୁଯାତ୍ରା ମହୋତ୍ସବ ବଜାର ପଡିଆରେ ମଥୁରା ନଗରୀ କରାଯାଉଛି। ଏହି ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ। ଧୁଙ୍ଗୀଆମୁଣ୍ଡା ଧନୁଯାତ୍ରାରେ ସଭାପତି ଭାବେ ଲମ୍ବୋଧର ଦଣ୍ଡସେନା, ସମ୍ପାଦକ ଦୁଷ୍ମନ୍ତ ଖର୍ସେଲ ,କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ସହଯୋଗୀ - ମଧୁସୁଦାନ ନାଗ,କେନ୍ଦୁମୁଣ୍ଡା ପଞ୍ଚାୟତ ସମିତି ମେମ୍ବର - ତୁଲସେ ଖର୍ସେଲ, ଭୃଙ୍ଗରାଜ ନାଗ, ଜିତେନ୍ଦ୍ର ଖର୍ସେଲ ନିରନ ଦଣ୍ଡସେନା, ରାଜିବ ରାମଦୁଲା,ସୂର୍ଯ୍ୟ ଦଣ୍ଡସେନା, ଭୁବନେଶ୍ବର ନାଏକ, କେଶବ ଭଇସାଲ,ଜଳ ପୋଡ଼,ବେଣୁଧର ଦଣ୍ଡସେନା, ଦିବ୍ୟ ଖର୍ସେଲ, ଚିତ୍ତରଞ୍ଜନ ଦଣ୍ଡସେନା,ରାଜୁ ହଂସ , ଧୁଙ୍ଗିଆମୁଣ୍ଡା ୱାର୍ଡମେମ୍ବର - ଭ୍ରମଣ ନାଏକ, ଓ ଦୁର୍ଯ୍ୟୋଧନ ମାଝୀ, ତଥା ଗ୍ରାମର ଝଙ୍କାର ଦୁର୍ଯ୍ୟୋଧନ ଚିନ୍ଦା, ଏବଂ ଜାନି ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ଉପସ୍ଥିତ ଉପଦେଷ୍ଟା ଭାବେ ରହିଛନ୍ତି । ଧନୁଯାତ୍ରା ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ବେଶ ଆନନ୍ଦିତ ହୋଇଛନ୍ତି।

Post a Comment

Previous Post Next Post