ଖଳାରେ ଧାନ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ତରଭା ବ୍ଲକ ଶୁଖିଲାସର ଗାଁର ହର ରଣାଙ୍କୁ ହାତୀ ଦଳି ଦେଇଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ ହର ନିଜ ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ତେବେ ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ ରାତ୍ରୀରେ ହାତୀ ପଲ ଆସି ଧାନ ଖାଇବା ସହ ହରକୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହରଙ୍କ ମୃତ୍ୟୁ ହୋଇଥିଲା । ସକାଳୁ ପରିବାର ଲୋକ ଖଳାକୁ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ତେବେ ମୃତବ୍ୟକ୍ତି ଜଣକ ଜଣେ ଗରିବ ଚାଷି ହୋଇଥିବାବେଳେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ପରିବାରକୁ ଉଚ୍ଚିତ କ୍ଷତି ପୁରଣ ଦେବାକୁ ପରିବାର ଲୋକ ଦାବି କରିଥିଲେ । ବନ ବିଭାଗର ଅଧିକାରୀ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତି ପୁରଣ ଦିଆଯିବ ବୋଲି ଏସିଏଫ କହିଛନ୍ତି ।

Post a Comment

Previous Post Next Post