ନୂଆପଡା (ରିଖିରାମ ଦଳ ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗାଁ ଠାରେ ଆଜି ମାଁ ସୁବଲେନ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ୨ୟ ନବରଙ୍ଗ ସିଂ ମେମୋରିଆଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୁନୁ କରୁଆ, ସମାଜସେବୀ ବିକ୍ରମ ମାଝୀ ଓ ରମେଶ ଚନ୍ଦ୍ର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଉଦଘାଟନୀ ପ୍ରଥମ ମ୍ୟାଚ୍ ଧାମନଡଙ୍ଗା ଓ ପିପଲମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨୦ରନରେ ପିପଲ ମୁଣ୍ଡାକୁ ହରାଇ ଧାମନଡଙ୍ଗା ଦଳ ବିଜୟୀ ହୋଇଥିଲା। ଦିତୀୟ ମ୍ୟାଚରେ ତୁକୁଲା ଦଳ ୫୮ରନରେ ଶବରପଡା ଦଳକୁ ହରାଇ ବିଜୟୀ ହୋଇଥିଲା । ଏହି କ୍ରିକେଟ ମ୍ୟାଚ୍ କୁ ବସନ୍ତ ଶବର ଓ ସରୋଜ ବାରିକ ପରିଚାଳନା କରିଥିଲେ। ଏଥିରେ ସୁବଲେନ କ୍ରିକେଟ କ୍ଲବର ସଭାପତି ରାହୁଲ କୁମାର ସିଂ, ପିଣ୍ଟୁ ସିଂ ଓ ବିଶାଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।
Post a Comment