ହରଭଙ୍ଗା 5t ନୋଡାଲ ବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା )ହରଭଙ୍ଗା 5t ନୋଡାଲ ବିଦ୍ୟାଳୟ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହରଭଙ୍ଗା ଶାଖା ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି!ଶାଖା ପରିଚାଳକ ପରେଶ ପଟ୍ଟନାୟକ ବ୍ୟlଙ୍କିକ ସେବାରେ ସାଇବର କ୍ରାଇମ ଏବଂ ଦୁର୍ନୀତି ଉପରେ ଆଲୋକପାତ କରି ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ!ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ରଣା ଦୁର୍ନୀତି ନିବାରଣ ସପ୍ତାହ ଉଦେଶ୍ୟ ବୁଝାଇ ଥିଲେ!ସମସ୍ତ ଛାତ୍ର ଛାତ୍ରୀ ବ୍ୟାଙ୍କ ସହିତ ସୁ ସମ୍ପର୍କ ରଖି ଜାମl ଖାତା ଖୋଲିବାକୁ ପରାମର୍ଶ ଦେଇଥିଲେ!ଏହି ବୈଠକ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ କୃଷ୍ଣଚନ୍ଦ୍ର ସିଂ,ଜିତେନ୍ଦ୍ର ଦେହୁରୀ, କୃଷ୍ଣ ଚନ୍ଦ୍ର କହଁର, ଗୁଞ୍ଜରଣ ଯାନୀ, ସଂଜିତ ସାହୁ, ସୁଶ୍ରୀ ଛୋଟରାୟ ଉପସ୍ଥିତ ରହିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ଦେହୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post