ନୂଆପଡ଼ା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (NDUJ )ର ସାଧାରଣ ବୈଠକ ଅନୁଷ୍ଠିତ


ଖଡ଼ିଆଳ :(ପରମେଶ୍ଵର ମେହେର): ନୂଆପଡ଼ା ଜିଲ୍ଳା କୋମନା ସ୍ଥିତ ବନ ବିଭାଗ ଡାକ ବଙ୍ଗଳା ଠାରେ ନୂଆପଡ଼ା ଡିଷ୍ଟିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (NDUJ )ର ଏକ ସାଧାରଣ ବୈଠକ ସଙ୍ଘର ସଭାପତି ସୁଶାନ୍ତ କର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘ ସମ୍ପାଦକ ସିମାଞ୍ଚଳ ମହାପାତ୍ର, କୋଷାଧକ୍ଷ ଅଂଶୁମାନ ଅଗସ୍ତି ସହ ସଂଘର ପାଞ୍ଚ ଗୋଟି ବ୍ଲକର ଉପ ସଭାପତି ସମେତ ବ୍ଲକ ର ସମସ୍ତ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଆଗାମୀ ଡିସେମ୍ବର ୧୮ ତାରିଖରେ ସଙ୍ଘର ବାର୍ଷିକ ଉତ୍ସବ ସହ ରାଜ୍ୟ ସ୍ତରୀୟ ସାମ୍ବାଦିକ ବନ୍ଧୁ ମିଳନ ଉପରେ ଆଲୋଚନା ହୋଇଥିଲା | ଯାହା କି ପଡୋଶୀ ରାଜ୍ୟ ସହ ଜାତୀୟ ସ୍ତରୀୟ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇ ଥିଲା | ଏହା ଭିତରେ ଓୟୁଜେ ରାଜ୍ୟ ସଭାପତି ପ୍ରସର୍ନ୍ନ ମହାନ୍ତି ଙ୍କ ସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ ହେବାସହ ଆଗାମୀ ଦିନରେ ବୈଠକ କିଭଳି ସଫଳ ହେବ ସେନେଇ ଚର୍ଚ୍ଚା ହୋଇଥିଲା | ଉକ୍ତ ବୈଠକ ରେ ବରିଷ୍ଠ ସାମ୍ବାଦିକ କୁମରମଣି ମହାନନ୍ଦ, ମକାରୁ ବେମାଲ, ବିଶିକେସନ ପଣ୍ଡା, ଯୁଗଳ କିଶୋର ମହାନନ୍ଦ, ଯୁଧିଷ୍ଠିର ପଟେଲ,ଦେବଦାସ ପାଢ଼ୀ,ପୁରୋହିତ ସୁନାନୀ, ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ କୁମରମଣି ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post