କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ କଂଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଗତ କିଛି ମାସ ପୁର୍ବରୁ ତହସିଲଦାର ସମିର ବେହେରାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୁରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା । ତେବେ ଦାବି ପୁରଣ ନହେବା ଯୋଗୁ ସୋମବାର ପ୍ରେସ କ୍ଲବର ସଦସ୍ୟ ମାନେ ଡାକ୍ତରଖାନା ସମ୍ମୁଖରେ ଅନଶନରେ ବସିଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ କରି ଏଲଡିଏ, କୋଶଲ ମୁକ୍ତି ମୋର୍ଚ୍ଚା, ମାଁ ଦ୍ୱାରଶନି ୟୁଥ କ୍ଲବ ଦାବରି, ରାମସେନା କଂଟାବାଞ୍ଜି, ସମ୍ରାଟ ଅଶୋକ ଫାଉନ୍ଡେସନ, ଆମ୍ବଦେକର ଯୁବକ ସଂଘ, ବିର୍ସାମୁଣ୍ଡା ଆଦିବାସ ଯୁବକ ସଂଘ ସହ ୧୦ ରୁ ଉର୍ଦ୍ଧ ସଂଗଠନ ସାମିଲ ହୋଇଥିଲେ । କଂଟାବାଞ୍ଜି ଡାକ୍ତରଖାନାରେ କାଯ୍ୟରତ ୨ ଡାକ୍ତରଙ୍କ ବଦଲି ଆଦେଶ ଆସିଛି । ଆବଶ୍ୟକ ସଂଖ୍ୟା ଠାରୁ ଡାକ୍ତର କମ ଥିବା ବେଳେ ଏଭଲି ସ୍ଥିତିରେ ଡାକ୍ତରଙ୍କ ବଦଲିକୁ ପ୍ରେସ କ୍ଲବ ଦୃଢ ନିନ୍ଦା କରିଛି । ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରି ମାନେ ବାଓମେଟ୍ରିକ ଉପସ୍ଥାପନ ଦେବା ସହ ୟୁନିଫର୍ମ ପରିଧାନ କରିବା । ଡାକ୍ତରଖାନାକୁ ନୁଆ ଡିଜିଟାଲ ଏକ୍ସରେ ମେସିନ ଆସିଥିବା ବେଳେ ତାହା ରୋଗୀଙ୍କ କାମରେ ଆସୁନାହିଁ । ତାହା ଶିଘ୍ର ରୋଗୀଙ୍କ କାମରେ ଯେମିତି ଆସିବ ତାର ବ୍ୟବସ୍ଥା କରିବା, ନିରାମୟ ଏବଂ ନିଦାନ ୨୪ ଘଂଟିଆ ସେବା ପ୍ରଦାନ କରିବା । ଡାକ୍ତରଖାନାରେ ଖାଲି ଥିବା ସମସ୍ତ ପଦବି ପୁରଣ କରିବା, ମହିଲା ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରତ୍ୟେକ ଦିନ ଆଉଟଡୋରରେ ବସି ରୋଗି ସେବା ପ୍ରଦାନ କରିବା । ସକାଳ ଏବଂ ସଂନ୍ଧ୍ୟା ସମୟରେ ଡାକ୍ତର ମାନେ ରାଉଣ୍ଡ କରି ଇନଡୋରରେ ଥିବା ରୋଗୀଙ୍କୁ ସେବା ପ୍ରଦାନ କରିବା । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କଂଟାବାଞ୍ଜି ଡାକ୍ତରଖାନାକୁ ଉପଖଣ୍ଡ ଡାକ୍ତରଖାନା ମାନ୍ୟତା ପ୍ରଦାନ କରିବା । ଏମ୍ସିଏଚ୍ ରେ ଦେଖାଯାଉଥିବା ଅବ୍ୟବସ୍ଥା ସୁଧାର କରିବା , ଲେବର ରୁମ ଏବଂ ଡ୍ରେସିଂଗ ରୁମରେ ବ୍ୟାପକ ଅର୍ଥ କାରବାର ହେଉଛି , ରୋଗୀଙ୍କ ଠାରୁ କାମ ନାଂରେ ନେଉଥିବା ଟଂକା ବନ୍ଦ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା କର୍ମଚାରି ଡାକ୍ତରଙ୍କ ବିରୁର୍ଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଭଲି ପ୍ରେସ କ୍ଲବ ଦାବି କରିଛି । ତେବେ ଆଜିର ଏହି ଆନ୍ଦୋଳନରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସଂପାଦକ ଯୁଗଲ କିଶୋର ଶବର, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, ତୁଲସିରାମ ଜଗତ, କୋଷାଧ୍ୟକ୍ଷ ହନି ସିଂ, ସଂଗଠନ ସହ ସଂପାଦକ ରୋହନ ମହତ, ସହ ସଂପାଦକ ବିସିକେଶନ ମାଝି, କାର୍ଯ୍ୟକାରି ସଦସ୍ୟ ଦିପକ ୟାଦବ , ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ବିକାଶ ମିତ୍ତଲ, ପରାମର୍ଶଦାତା ଆଶିଷ ଖଇତାନ, ଆନନ୍ଦ ମୋଟେ, ଦୁର୍ଗା ପ୍ରସାଦ ଗୁପ୍ତା, ଆଇନ ପରାମର୍ଶ ଦାତା ବିବେକ ଶର୍ମା ଆନ୍ଦୋଳନରେ ବସିଥିବା ବେଳେ ରାଜ୍ୟ ସଭା ସାଂସଦ ପ୍ରତିନିଧି ଗୁଡ୍ଡା ଖାଁ, ସମାଜସେବୀ ବିଜୟ ବନ୍ସଲ, ବିରିଷ୍ଠ ଆଇନଜିବୀ ବିଷ୍ଣୁ ପ୍ରସାଦ ଶର୍ମା, ଯୁବ ସମାଜସେବି ୟୋଗେଶ ପନିକା, ମନହରଲାଲ ଅଗ୍ରୱାଲ, ଦିପକ ଅଗ୍ରୱାଲ (ପିଚୁ) ପ୍ରମୁଖ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ କରି ନିଜ ବ୍ୟକ୍ତବ ରଖିଥିଲେ ।

Post a Comment