ସୁବର୍ଣ୍ଣପୁର ଜିଲ୍ଲାପରିବହନ ବିଭାଗ ପକ୍ଷରୁ ଦୁଇଚକିଆ ଯାନର କଡା କଡି ଯାଞ୍ଚ ଆରମ୍ଭ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଏବଂ ପୋଲିସ ବିଭାଗ ର ମିଳିତ ସହଭାଗିତା ରେ ଏକ ବ୍ୟାପକ ଯାଞ୍ଚ ତନଖି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅବସର ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସରଧାପାଲି ଛକଠାରେ ଗାଡି ଚାଳନା ସମୟରେ ଲାଇସେନ୍ସ ନଥାଇ ଓ ହେଲମେଟ ପରିଧାନ କରି ନଥିବା ୧୦ ଟି ଦୁଇ ଚକିଆ ଯାନକୁ ଯାଞ୍ଚ କରି ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ।
 ତତ୍ପରେ କନିଷ୍ଠ ଯାନ ନିରୀକ୍ଷଣ ଅଧିକାରୀ ଶ୍ରୀ ଲୋକନାଥ ନାୟକ ହ୍ୱିକୁଡ଼ି ଛକ ଠାରେ ଗାଡି ଚାଳନା ସମୟରେ ଲାଇସେନ୍ସ ନଥାଇ, ହେଲମେଟ ପରିଧାନ କରି ନଥିବା ଓ ଗାଡି ଚାଳନା ସମୟରେ ମୋବାଇଲେ ଫୋନ ବ୍ୟବହାର କରୁଥିବା ୧୦ ଟି ଦୁଇ ଚକିଆ ଯାନକୁ ଯାଞ୍ଚ କରି ଗାଡି ଗୁଡିକୁ ଜବତ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାସ ତମାମ ଚାଲୁ ରହିବ ବୋଲି ବିଭାଗୀୟ ଅଧକାରୀ ସୂଚନା ପ୍ରଦାନ କରିଛନ୍ତି ।

Post a Comment

Previous Post Next Post