୨୦ତମ ତିଲେଶ୍ୱର ଫୁଟବଲ କପ , ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ


ହରଭଙ୍ଗା  (ସୁଶାନ୍ତ କୁମାର ବେହେରା ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଠାରେ  ୨୦ତମ ତିଲେଶ୍ୱର କପ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ପାଇଁ ସୋମବାର ଦିନ  ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ତିଲେଶ୍ଵର ସରପଞ୍ଚ ତଥା ଟୁର୍ନାମେଣ୍ଟ ସଭାପତି ଝୁନୁ ବେହେରା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଟୁର୍ନାମେଣ୍ଟ ର ଉପ ସଭାପତି ଦେବ ରାଜ ପ୍ରଧାନ, ସମ୍ପାଦକ ଅର୍ଜୁନ ପ୍ରଧାନ, ଯୁଗ୍ମ ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷଧକ୍ଷ ଭାବେ ନିକୁଞ୍ଜ ବେହେରା ଙ୍କୁ ଉକ୍ତ କମିଟି ରେ  ଚୟନ କରାଯାଇଥିଲା । ଏବଂ ତିଲେଶ୍ୱର ଠାରେ ଅନୁଷ୍ଠିତ ହୋଇଆସୁଥିବା ଟୁର୍ନାମେଣ୍ଟ କୁ ଚଳିତ ବର୍ଷ କେମିତି ଶାନ୍ତି ଶୃଙ୍ଖଳା ସହ ଖେଳ କରାଯିବ ଏବଂ ଏହି ଟୁର୍ନାମେଣ୍ଟ ଟି ଆସନ୍ତା ଡିସେମ୍ବର ଶେଷ ସପ୍ତାହ ରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପ୍ରସ୍ତୁତି ବୈଠକ ରେ ସଦସ୍ୟ ବିଜ୍ଞାନ କର୍ଣ, ନାରାୟଣ ମହାନ୍ତି, ବିକାଶ ମିଶ୍ର, ସଞ୍ଜୟ ବେହେରା, ସୁଶୀଲ ଦେହୁରୀ, ଶେଷଦେବ ପ୍ରଧାନ,ଧରଣୀ ପ୍ରଧାନ, ବିଜ୍ଞାନ ବିଶି ସମେତ ବହୁ ଫୁଟବଲ ପ୍ରେମୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post