ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଖରିଫଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ନଭେମ୍ବର ୩୦ ତାରିଖ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲାୋାଳଙ୍କ ସମ୍ମିଳନି କକ୍ଷରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତି ଅବୋଲି ସୁନିଲ ନରୱାଣେଙ୍କ ଅଧ୍ୟକ୍ଷତାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ସହିତ ସମସ୍ତ ସରକାରୀ ଅଧିକାରୀ, ମିଲର୍ସ ଓ ଚାଷୀ ପ୍ରତିନିଧିମାନଙ୍କ ଉପସ୍ଥିତରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଯେପରି ଧାନର ଅଭାବୀ ବିକ୍ରୀ ନ ହେବ ଏବଂ ଚାଷୀ ଠିକ ସମୟରେ ତାଙ୍କର ପ୍ରାପ୍ୟ ପାଇବେ ସେନେଇ ଅର୍ଥମନ୍ତ୍ରୀ ଜିଲ୍ଲାପ୍ରଶାସନଙ୍କୁ ପରାମର୍ଶ ଦେଇଛନ୍ତି ା ଏଥି ପାଇଁ ଜିଲ୍ଲାର ୧୦୧ଗୋଟି ସୋସାଇଟି ଜରିଆରେ ଜିଲ୍ଲାର ବିଭିନ୍ନ ବ୍ୟବସ୍ଥିତ ୧୦୭ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ । ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ । ଚଳିତ ବର୍ଷ ଏଫଏକ୍ୱିଉ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୯୪୦ /-ଟଙ୍କା ରହିଥିବା ସୂଚନା ଦିଆଯାଇଛି । ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ଦିନ ଖୋଲା ରହିବ । ସହିତ ସକାଳ ୭ଘଣ୍ଟା ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ । ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ସହ ଖରିଫ ଧାନ କ୍ରୟ କୁ ସୁ ବ୍ୟବସ୍ଥିତ କରାଯିବlକୁ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀ ନିରଞ୍ଜନ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି ।

 ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୫୫୨୩ଜଣ ଚାଷୀ ପଂଜିକୃତ ହୋଇଥିବା ଏବଂ ତନ୍ମଧ୍ୟରୁ ୬୫୩୬୦ ଜଣ ଚାଷୀ ଭେଳିଡିଟିସନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧା କୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ତାରପୋଲିନ ଓ ଚାଷୀ ଙ୍କ ପାଇଁ ଆଶ୍ରୟସ୍ଥଳି ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟ କୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି ।ପ୍ରତିବର୍ଷ ଜିଲ୍ଲାରେ ଟୋକନ ସମସ୍ୟା ଲାଗିରହୁଥିବାରୁ ଚଳିତ ଥର ଚାଷୀ ଠିକ ସମୟରେ ଟୋକନ ପାଇପାରିବେ । ଏପରିକି ମଣ୍ଡିମାନଙ୍କରେ କଟନୀ ଓ ଛନଟୀ ବନ୍ଦ କରିବାକୁ ଚାଷୀମାନେ ଦାବୀ କରିଥିଲେ ା

Post a Comment

Previous Post Next Post