ସୁବର୍ଣ୍ଣପୁର (ଗଣପତିବାଘ) ଛାତ୍ରଛାତ୍ରୀମାନଙ୍କ ମାନସିକ, ବୌଦ୍ଧିକ ଓ ଶାରିରୀକ ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କଳାଉତ୍ସବ । ପ୍ରଥମେ ଜିଲ୍ଲାର ଛଅଗୋଟି ବ୍ଲକର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବ୍ଲକସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ହେବା ପରେ ଆଜି ସ୍ଥାନୀୟ ମହାରାଜା ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁମହୋତ୍ସବ ସୁରଭି କଳାଉତ୍ସବ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।ବ୍ଲକ ସ୍ତରରେ ଅନୁଷ୍ଠିତ ହୋଇଥିବା ବକୃତା, ଚିତ୍ରାଙ୍କନ, ନାଚ, ଗୀତ ଆଦି ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଆଜି ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ହେଉଥିବା ବେଳେ ଜିଲ୍ଲାସ୍ତରର କୃତୀ ପ୍ରତିଯୋଗୀମାନେ ଆଗାମୀ ୧୪ତାରିଖ ଦିନ ହେବାକୁଥିବା ରାଜ୍ୟସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଭାଗ ନେବେ । ତେବେ ଏ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିବା ବେଳେ ଅବିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ବେଶ୍ ଖୁସି ଥିବା ଦେଖାଯାଇଛି । ସେପଟେ ଆମ ଜିଲ୍ଲା ବିଭିନ୍ନ ସମୟରେ ସୁରଭୀ କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରି ନାଁ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ନିଶ୍ଚିତ ଭାବରେ ସୁନାମ ଅର୍ଜନ କରିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ।
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରିୟ ଶିଶୁ ମହୋତ୍ସବ ସୁରଭି କଳାଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଆଜତକ ଓଡ଼ିଶା
0
Post a Comment