୩୬ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ର ଦ୍ୱିତୀୟ ରଜନୀ - କଂସ ଙ୍କ ରାଜୁତି ଆରମ୍ଭ


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା), ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମୁକ୍ତକାଶ ରଙ୍ଗମଚଂରେ ଆୟୋଜିତ ହେଉଥିବା ୩୬ତମ ଧନୁଯାତ୍ରା ଦ୍ୱିତୀୟ ଦିବସ ରେ ପହଚିଂଛି । ଧନୁଯାତ୍ରା ମହୋତ୍ସବକଳା,ସଂସ୍କୃତି,ଏ୍ୟତିହ୍ୟ,ପରମ୍ପରା ର ମହାମିଳନ ର ଉତ୍ସବ ପୌରାଣିକ କଥାବସ୍ତୁ ଆଧାରିତ ଉତ୍କର୍ଷ ନାଟ୍ୟାଭିନୟ ଲୋକ ଙ୍କୁ ଟାଣି ଆଣୁଛି । ଧନୁଯାତ୍ରା ର ଦ୍ୱିତୀୟ ରଜନୀ ରେ ମହାରାଜ କଂସ ଙ୍କ ରାଜୁତି ଆରମ୍ଭ ହୋଇଯାଇଛି । କଂସ ଙ୍କ ରାଜୁତି ରେ ମଥୁରାନଗରୀ ବଙ୍ଗୋମୁଣ୍ଡା ପ୍ରକମ୍ପିତ ହୋଇଉଠୁଛି । ମହାରାଜ କଂସ ରାଜ ଉଆସ ରୁ ସୈନ୍ୟଗଣଙ୍କ ସହ ରଙ୍ଗମହଲକୁ ପହଚିଂବା ପରେ ଧନୁଯାତ୍ରାର ନାଟ୍ୟାଭିନୟ ପରିବେଷିତ ହୋଇ ଦର୍ଶକକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ମହାରାଜ ଙ୍କ ରାଜଦରବାରକୁ ରାଜକୀୟ ଅତିଥି ଭାବରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ କମିଟି ର ସଭାପତି ମଂଜେସ ମେହେର, ଧନୁଯାତ୍ରା ମହୋତ୍ସବ କମିଟି ର ପ୍ରତିଷ୍ଠାତା ମାଧବ ହଂସ, ଜୁନାଗଡ଼ ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ବରାଳ ,ସମାଜସେବୀ ରିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁନ୍ନତ ବଲାଙ୍ଗିର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି ସହ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ବୃଦ୍ଧି ପାଉଛି ଅଞ୍ଚଳରୁ ଅନ୍ୟାୟ ଦୁର୍ନିତୀ ଭ୍ରଷ୍ଟାଚାର ଦୁର କରିବା ଏବଂ ଅଚଂଳର ସମସ୍ୟାର ଦୂର କରିବା ପାଇଁ ବକ୍ତା ମାନେ ପ୍ରକାଶ କରିଥିଲେ । ଅତିଥି ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନ୍ୱେଷଣ ବଲାଙ୍ଗୀର, ମହାକାଳ ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ଗଗନ ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ବିକି ଡ୍ୟାନ୍ସ ବଙ୍ଗୋମୁଣ୍ଡା ଙ୍କ ସହ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରଙ୍ଗମହଲରେ ଭଗବାନ ଶ୍ରୀ କୃଷ୍ଣ ଜନ୍ମ,ବିଜୁଳି କନ୍ୟାର ଶୂନ୍ୟବାଣୀ,ପୁତନା ଆହ୍ୱାନ ଓ ପ୍ରେରଣ ,ଅଷ୍ଟମଲ ଆହ୍ୱାନ ଓ ପ୍ରେରଣ ଆଦି କଳାକାର ଙ୍କ ଦ୍ୱାରା ନିଖୁଣ ଅଭିନୟ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା । ବିକାଶ ରଞ୍ଜନ ପନିକା ସଭା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ଧନୁଯାତ୍ରା ପାଇଁ ମଥୁରା ନଗର ପାଲଟିଛି ବଙ୍ଗୋମୁଣ୍ଡା ସହର ।ପଶ୍ଚିମ ଓଡିଶା ର ପ୍ରସିଦ୍ଧ କଲକାର ରବୀନ୍ଦ୍ର ସାହୁ କଂସ ଭୂମିକାରେ ଅଭିନୟ କରୁଛନ୍ତି। କଂସ ଙ୍କ ଅଟ୍ଟହାସ୍ୟ ଓ ନିଖୁଣ ଅଭିନୟ ଲୋକ ଙ୍କୁ ଆକୃଷ୍ଟ କରୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Post a Comment

Previous Post Next Post