ଗାଁ ଗାଁ ବୁଲି ପ୍ରଭୁ ଜଗନ୍ନାଥଙ୍କ ମହାମନ୍ତ୍ର ନାମ ପ୍ରଚାର କରୁଛନ୍ତି ଭକ୍ତ ମାନେ


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋବିନ୍ଦପୁର ଠାରେ ଆଫ୍ରିକା ମଣ୍ଡଳ ଗହଣ ଦଲ ଗୋବିନ୍ଦପୁର,ହିରାପୁର,ଅର୍ମଲା ଗାଁ ର ସନାତନ ଧର୍ମ ର ଭକ୍ତ ମାନେ ଗାଁ ଗାଁ ବୁଲି ପ୍ରଭୁ ଜଗନ୍ନାଥଙ୍କ ମହାମନ୍ତ୍ର ପ୍ରଚାର ପ୍ରସାର ଆଜି ଆରମ୍ଭ ହୋଇଯାଇଛି। ଉକ୍ତ ପ୍ରଚାର ପ୍ରସାର ଗୋବିନ୍ଦପୁର ଠାରୁ ଆରମ୍ଭ କରି ଟିମନପୁର ପଞ୍ଚାୟତ,ରାଣିମୁଣ୍ଡା ପଞ୍ଚାୟତ ଓ ର୍ଗୋଲା ପଞ୍ଚାୟତ ର ୧୬ ଟି ଗାଁ କୁ ଯାଇଛନ୍ତି।ଏହି କଲିଯୁଗରେ ଶ୍ରୀ ଚୈତନ୍ୟ ଠାକୁର ତିନି ଗୋଟି ନାମ ଅର୍ଥାତ ହରେ ରାମ କୃଷ୍ଣ ବାଣ୍ଟି ଦେଇ ଯାଇଥିଲେ ଆଉ ତେରଗୋଟି ନାମକୁ କଲିଯୁଗ ଶେଷ ନିମନ୍ତେ କଳ୍କୀ ମହାମନ୍ତ୍ର ଭାବରେ ଲୁଚାଇ ରଖିଥିଲେ । ତାହା ବର୍ତ୍ତମାନ ପ୍ରଚାର ପ୍ରସାର କରାଯାଉଛି।ପିଣ୍ଡ ବ୍ରାହ୍ମଣର ପାପଭାରା ଖଣ୍ଡନ କରିବା ନିମନ୍ତେ ଆଜି ପର୍ଯ୍ୟନ୍ତ ନୀତି ନିୟମ, ପୂଜାର୍ଚ୍ଚନା, ତୀର୍ଥ, ବ୍ରତ, ହୋମଯଜ୍ଞ ନାନା ପ୍ରକାର ର ଜପ,ତପ କଲେ ସୁଦ୍ଧା ପାପର କମିବା ପରିବର୍ତେ ବଢ଼ି ବଢ଼ି ଯାଇ ମାନବ ଜତି ଅଣଆୟତ୍ତ ହେବାକୁ ଯାଉଛି। ଏଣୁ ଏହି ମହାଘୋର କଲିକାଲରୁ ଉଦ୍ଧରିବା ନିମନ୍ତେ ମାଲିକା ତଥା ପଞ୍ଚସଖା ଶାସ୍ତ୍ର ଅନୁଯାୟୀ ଷୋହଳ ନାମ ବତ୍ରିଶକ୍ଷର କଳ୍କୀ ମହାମନ୍ତ୍ର ଜପ ଓ ଧ୍ୟାନ ଧାରଣା କରି ପରିତ୍ରାଣ ପାଆନ୍ତୁ। ୫୬କୋଟି ଜିବ ମଧ୍ୟରୁ ମନୁଷ୍ୟ ଜନ୍ମ ହେଉଛି ଶ୍ରେଷ୍ଠ ଜିବ ମନୁଷ୍ୟ ପାଖରେ ବିଚାର ଶକ୍ତି, ଭାବନା ଶକ୍ତି ଏବଂ ଜ୍ଞାନ ରହିଛି ସେଥିପାଇଁ କହିଛନ୍ତି ମଣିଷ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ । ପ୍ରଭୁ ଜଗନ୍ନାଥଙ୍କ ମହାମନ୍ତ୍ର ଜପ କରି କଳିଯୁଗରୁ ଉଦ୍ଧାର ହୁଅନ୍ତି ବୋଲି ଗାଁ ଗାଁ ବୁଲି ଲୋକମାନଙ୍କୁ କହିଛନ୍ତି।

Post a Comment

Previous Post Next Post