ସୁବର୍ଣ୍ଣପୁର ଠାରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ


ସୁବର୍ଣ୍ଣପୁର (ଗଣପତିବାଘ) ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆଜିର ବ୍ୟୟବହୁଳ ସମୟରେ ମିତବ୍ୟୟିତା ଅପରିହାର୍ୟ୍ଯ ହୋଇ ପଡିଥିବାବେଳେ ପ୍ରଚଳିତ ସ୍ବଳ୍ପ ସଂଚୟ ଯୋଜନାକୁ ନେଇ ଜନ ଜାଗରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ସଚେତନତା ଶୋଭାଯାତ୍ରା ତଥା ସଂଚୟ ରଥ ପରିକ୍ରମା କାର୍ଯ୍ୟକ୍ରମରେ ମହାରାଜ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ ର ଏନ ସି ସି, ସ୍କାଉଟ, ଗାଇଡ଼,ଛାତ୍ରଛାତ୍ରୀଙ୍କ ଦ୍ବାରା ଦିବସ ଅବସରରେ ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ସଂଚୟ ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଜଣଜାଗରଣ ସୃଷ୍ଟି କରିବ । ଅନୁଷ୍ଠିତ ଶୋଭାଯାତ୍ରା ଓ ସଂଚୟ ରଥ କୁ ମାନନୀୟ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସହର ସ୍ଥିତ ଆମ୍ବେଦକର ଛକ ଠାରେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ପୋଷ୍ଟାଲ ଏଜେଣ୍ଟ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଜିଲ୍ଳା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦାନ କରିଥିଲେ । ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ, ସଞ୍ଜୟ ବାରିକ, ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Post a Comment

Previous Post Next Post