ବ୍ରିଜ ଭୁଶୁଡ଼ି ତଳକୁ ଖସିଲା ୨ କାର, ୫ ଗୁରୁତର ଆହତ


ଭବାନୀପାଟଣା,(ଆଜତକ୍ ଓଡ଼ିଶା) : ଭବାନୀପାଟଣା-ଥୁଆମୂଲରାମପୁର ଯାଉଥିବା ମୁଖ୍ୟ ରାଜପଥର ଭବାନୀପାଟଣାଠାରୁ ମାତ୍ର ୫ କିଲୋମିଟର ଦୂର ଭାଗିରଥି ପାର୍କ ଓ ସାଇମନ୍ଦିର ନିକଟରେ ଥିବା ପୋଲ ହଠାତ୍ ମଝିରୁ ଭୁଷୁଡ଼ି ପଡ଼ିଛି। ଫଳରେ ଉକ୍ତ ରାସ୍ତାରେ ଆସୁଥିବା ଦୁଇଟି କାର୍ ପୋଲ ତଳକୁ ଖସି ପଡିଛି। ତୁରନ୍ତ ସ୍ଥାନୀୟ ଲୋକ, ପୁଲିସ, ପାର୍କକୁ ଆସିଥିବା ଲୋକମାନେ ମିଶି ଦୁଇଟି କାରରେ ଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ତେବେ ସଠିକ କେତେ ଲୋକ ଆହତ ହୋଇଛନ୍ତି ଏବଂ କେଉଁ କାରଣରୁ ମୁଖ୍ୟ ରାସ୍ତାର ପୋଲ ଭୁଷୁଡ଼ି ପଡ଼ିଲା ତାହା ଜଣା ପଡିନାହିଁ। ତଥାପି ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ଶୁଣିବାକୁ ମିଳିଛି।

Post a Comment

Previous Post Next Post