ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଚଳିତ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପଲସପାଟ ଦୁର୍ଗାପୂଜା ମଣ୍ଡପଠାରେ ଦୁଇଦିନ ଧରି ବାଦିପାଲା ଅନୁଷ୍ଠିତ ହୋଇଥିଲା !ଉକ୍ତ ବାଦିପାଲ ନିମନ୍ତେ ଜଗତସଂହପୁର ଜିଲ୍ଲାର ଲକ୍ଷ୍ମୀପ୍ରିୟା ଦାଶ ଓ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡର ଗୀତାଞ୍ଜଳୀ ବେଉରା ଦୁଇଜଣ ସୁନାମ ଧନ୍ୟା ପାଲା ଗାୟିକା ଯୋଗଦାନ ପୂର୍ବକ ପାଲା ପରିବେଷଣ କରିଥିଲେ ! ଉକ୍ତ ପାଲା ଦେଖିବାପାଇଁ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ ! ପାଲା ପରିବେଷଣ କାର୍ଯ୍ୟରେ ଆମ ଅଞ୍ଚଳର ଜଣାଶୁଣା ପାଲା ଗାୟକ ଶ୍ରୀଯୁକ୍ତ ବାଞ୍ଛାନିଧି ପ୍ରଧାନ ଓ ତାଙ୍କ ସହଯୋଗୀ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ! ଉକ୍ତ ପାଲା ଓ ସାଂସ୍କୃତିକ କାର୍ଯକ୍ରମର ସୁପରିଚାଳନାରେ ପଲସାପାଟ୍ ଗ୍ରାମର ମନୋରଞ୍ଜନ ସାହୁ , ବିଭୂତି ଭୂଷଣ ଗିରି , ମନୋରଞ୍ଜନ ଗିରି , ପ୍ରମୋଦ କୁମାର ସାହୁ , ଭଜମନ ପାତ୍ର ସହଯୋଗ ପ୍ରଦାନ କରିଥିଲେ ।
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀ ପାଲା ଆୟୋଜିତ
ଆଜତକ ଓଡ଼ିଶା
0
Post a Comment