କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ପଦ୍ମପୁର ବିଧାୟକ ଆଉ ନାହାନ୍ତି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ଧରି ଅସୁସ୍ଥ ଥିଲେ । ବିଧାୟକ ଶ୍ରୀ ବରିହା ପଦ୍ମପୁର ୫ ଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ କ୍ୟାବିନେଟ ଭାବେ ରହିଥିବା ବେଳେ ବରଗଡ଼ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ ।ଆଜି ଭୁବନେଶ୍ୱର ଠାରୁ ତାଙ୍କ ମର ଶରୀରକୁ ତାଙ୍କ ବାସଭବନ କୁ ନିଆଯାଉଥିବା ବେଳେ NH ୫୭ ମନମୁଣ୍ଡା ଗାନ୍ଧୀ ଛକ ଠାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ,ପ୍ରକାଶ ମେହେର, ଯାନି ସେନାପତି ଓ ଅନେକ ବିଜେଡି କର୍ମୀ ଉପସ୍ଥିତ ରହି ବରିହାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଃଖ ପ୍ରକାଶ କରିଥିଲେ। ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ତଥା ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ । ତାଙ୍କର ପରଲୋକ ପ୍ରଚାରିତ ହେବା ପରେ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କୁ ଝୁରୁଛି ସାରା ଓଡ଼ିଶା ।

Post a Comment