କଣ୍ଟାମାଲ,(ମନଧର କର୍ମୀ: ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ମଧ୍ୟ ହେଉଛି ।ଏମିତି ଏକ ସମସ୍ୟା ଦେଖାଦେଇଛି କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଜୋର ଗାଁର ତେଲ ନଦୀ ଠାରେ ନିର୍ମାଣ ହୋଇଥିବା ଗବଜୋର - ବୈଦ୍ୟନାଥ ବିଜୁସେତୁ।ଉକ୍ତ ସେତୁ କାମଟି ୨୦୧୫ ମସିହାରେ ୨୮କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ ଦାୟିତ୍ବ ଏକ ଘରୋଇ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା ।କିନ୍ତୁ ଦୀର୍ଘ ୮ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ସେତୁକୁ ସଂଯୋଗ କରୁଥିବା ରାସ୍ତା କାମ କଚ୍ଛପ ଗତିରେ ଚାଲିଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି ।ଉକ୍ତ ପୋଲ କାମ କରୁଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏତେ ବିଳମ୍ବ ହେଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।ଏଠାରେ ପ୍ରକାଶ ଥାଉକି,ଉକ୍ତ ପୋଲରେ ଲଗାଯାଇଥିବା ସୂଚନା ଫଳକରେ ୬ ଶହ ୧୩ମିଟର ପୋଲ କାମ କରାଯାଇଥିବା ବେଳେ ୯ଶହ୧୩ ମିଟର ପୋଲ କାମର କରାଯାଇଥିବା ଲେଖାଯାଇଥିଲା ।କିନ୍ତୁ ପ୍ରକୃତରେ ୬ଶହ ୧୩ ମିଟର ପୋଲ କାମ କରାଯାଇଛି ।ଏଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା ।ଖବର ପ୍ରସାରଣ ପରେ ଉକ୍ତ ବିଭାଗୀୟ ଅଧିକାରୀ ମାନେ ତତ୍ପରତାର ସହ ସୂଚନା ଫଳକଟିକୁ ଚିରି ଦେଇଥିଲେ ।ତେଣୁ ବିଭାଗର କୌଣସି ନା କୌଣସି ସ୍ଥାନରେ ଭୁଲ ଥିବା ଅଞ୍ଚଳବାସୀ କହିଛନ୍ତି ।ସେତେବେଳେ ଏସମ୍ପର୍କରେ ଆମେ ସୁବର୍ଣ୍ଣପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିରୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ ମୁଁ କିଛି ଜାଣି ନାହିଁ ବୋଲି ସଫେଇ ଦେଇଥିଲେ ।ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ତଦନ୍ତ ହୋଇ ନ ଥିବା ଅଞ୍ଚଳବାସୀ କହିଛନ୍ତି ।ଯେହେତୁ ଏହି ପୋଲର ସଂଯୋଗୀକରଣ ରାସ୍ତା କାମଟି ଗବଜୋର ପଟରେ କାମ ଚାଲିଛି ।ତେଣୁ ଏସମ୍ପର୍କରେ ଆମେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଉକ୍ତ ପ୍ରକଳ୍ପଟିକୁ ତ୍ୱରାନ୍ୱିତ କରି ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।

Post a Comment