ଏଲ ଏଣ୍ଡ ଟି କମ୍ପାନୀର ମନମାନି ,ରାସ୍ତା ମରାମତି ନାମରେ ମାଟି ଖୋଲିଦେଲା କମ୍ପାନୀ


କଣ୍ଟାମାଳ,(ମନଧର କର୍ମୀ) : କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଲୋକାପଡା ଠାରେ ଏକ ବୃହତ୍ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି ।ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ବ୍ଲକର ମୋଟ ୨୪ଟି ପଞ୍ଚାୟତ ପାନୀୟଜଳ ପାଇପାରିବେ ବୋଲି ଲକ୍ଷ ରଖାଯାଇଛି ।ଏହି ପ୍ରକଳ୍ପଟି ଦୀର୍ଘ ଦୁଇ ବର୍ଷ ହେବ ୪ଶହ ୭୦କୋଟି ଟଙ୍କା ବ୍ୟୟ ଅଟକଳରେ ଏଲ ଆଣ୍ଡ ଟି କମ୍ପାନୀ ନାମକ ଏକ ଘରୋଇ ଠିକା ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ହସ୍ତାନ୍ତର କରାଯାଇଛି ।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଉକ୍ତ କମ୍ପାନୀର କର୍ମଚାରୀମାନେ ନିଜର ମନମାନି ଦେଖାଇ ଅନେକ ଗାଁ ମାନଙ୍କୁ ରାସ୍ତା ମରାମତି ନାମରେ ରାସ୍ତା କାଟି ମାଟି ଖୋଲି ଦେଈ ପକାଇ ଦେଇଥିବା ଅଭିଯୋଗ ହେଉଛି ।ଏପରି ଏକ ସମସ୍ୟା ଦେଖାଦେଇଛି ଉକ୍ତ ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମରେ ।ଗତ କିଛି ଦିନ ତଳେ ଏହି ଗ୍ରାମରେ ଆଗରୁ ଖୋଲିଥିବା ରାସ୍ତା କୁ ମରାମତି କରିଦେବା ନାଁ ରେ ମାଟି ଖୋଳି ଦେଇ ଚାଲିଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ଏଦିଗରେ ବିଭାଗୀୟ ଅଧିକାରୀ ତଦନ୍ତ କରି ଉକ୍ତ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।ଏସମ୍ପର୍କରେ ଆମେ କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ଅଜିତ୍ ସେଠୀଙ୍କୁ ପଚାରିବାରୁ ଅତିଶୀଘ୍ର ଏହାର ଉକ୍ତ କମ୍ପାନୀର କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Post a Comment

Previous Post Next Post