ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ।


ବୌଦ୍ଧ,(ହୃଦାନନ୍ଦ ମେହେର) ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସ୍ତରରେ ଓ ମଣ୍ଡଳ ଓ ଶକ୍ତି କେନ୍ଦ୍ରମାନଙ୍କରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏଥି ସହିତ "ସେବା ପକ୍ଷ " ୧୭.୦୯.୨୨ ଠାରୁ ୦୨.୧୦.୨୨ ପର୍ଯ୍ୟନ୍ତ ର ଶେଷ ଦିନରେ ,ଅନ୍ତର୍ଗତ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମରେ ଯୋଗଦାନ୍ ଦେଇ ଜିଲ୍ଲା ବିଜେପି ନେତୃବନ୍ଦ ସାମିଲ ହୋଇ ଥିଲେ । ବିଭିନ୍ନ ପ୍ରକାରର କାର୍ଯ୍ୟ କ୍ରମ ଅନୁଯାୟୀ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ , ଖଦୀ ପୋଷାକ କିଣିବା, ଲୋକାଲ ଫର୍ ଭୋକ।ଲ ,ସହିତ ମୋଦୀ ଜି ଙ୍କ ବିକାଶ ମୂଳକ ଶାସନ ଆଠ ବର୍ଷ କାଳରେ ହୋଇଥିବା ବିଭିନ୍ନ ପ୍ରକାର ଯୋଜନା ର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ଲୋକପ୍ରତିନଧିଙ୍କ ସହିତ ଭାବ ବିନିମୟ ସହିତ, କାର୍ଯ୍ୟ କର୍ତ୍ତାମାନେ ମିଶି ପାଳନ କରିଥିଲେ । ଆଜିର ଏସବୁ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ନେତୃବୃନ୍ଦ ସର୍ବ ଶ୍ରୀ ମାଗୁଣି ଗାଈ ଗୌରୀ ଆ, ଅଞ୍ଜନ କୁମାର ସାହୁ ,ମନୋରଞ୍ଜନ ଦାସ, ନମିତା ରାଣୀ ଦାସ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର , ରାଜ କୁମାର ମେହେର, ବାମନ ବାରିକ , ସତ୍ୟାନନ୍ଦ ପାଣ୍ଡେ , ରବି ଦେଓ ,ବିଶି କେସନ ପ୍ରଧାନ , ଶ୍ୟାମ ସୁନ୍ଦର ପୁରୋହିତ, ନବୀନ ହୋତା, ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ , ଶମ୍ଭୁ ପ୍ରଧାନ, ସବ୍ୟସାଚୀ ପାତ୍ର, ବ୍ୟୋମକେଶ ମହାପାତ୍ର, ନବୀନ ଗାଇଗୁ ରିଆ, ସଞ୍ଜୀବ ପ୍ରଧାନ,କୃଷ୍ଣ ଚନ୍ଦ୍ର ବସ୍ତିଆ, ରଞ୍ଜନ ଖେତୀ ପ୍ରମୁଖ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post