ଅଜଣା ଗାଡି ଧକ୍କା ରେ ଯୁବକଙ୍କ ମ୍ରୁତ୍ୟୁ


ସିନାପାଲି;( ପରମେଶ୍ବର ମେହେର) ଏନଏନଏସ:ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ କୁରୁଲୁଭଟା ଗ୍ରାମ ଠାରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ଯୁବକ ଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ମ୍ରୁତ ଯୁବକ ଜଣକ ଡଙ୍ଗରୀଖୋଲ ଗ୍ରାମର ହର ହଂସ (୩୦)। ପ୍ରକାଶ ଯୋଗ୍ୟ ଯେ ମ୍ରୁତ ଯୁବକ ଜଣକ କୌଣସି କାମରେ ଡଙ୍ଗରୀଖୋଲ ରୁ ବଡ ଦର୍ଲିପଡା ନିଜ ସମ୍ପର୍କୀୟ ଙ୍କ ଘରକୁ ଏକ ବାଇକ ଯୋଗେ ଯାଉଥିବା ବେଲେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ପରେ ଘଟଣା ସ୍ଥାନ ରେ ହିଁ ଯୁବକ ଜଣକ ମ୍ରୁତ୍ୟୁ ଘଟିଛି। ଯୁବକ ଙ୍କ ବାଇକ୍ ଗାଡି ନମ୍ୱର ସିଜି ୦୭ ଏଫ୍ ୬୧୦୪ । ଘଟଣା ସ୍ଥାନ ରେ ପରିବାର ଲୋକ ସମେତ ସ୍ଥାନୀୟ ଲୋକେ ପହଞ୍ଚି ଥିବା ବେଲେ ଏନେଇ ସିନାପାଲି ପୋଲିସ କୁ ଖବର ଜଣାଇଥିବା ବେଲେ ଘଟଣା ସ୍ଥାନ ରେ ସିନାପାଲି ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Post a Comment

Previous Post Next Post