ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଳକର ସର୍ବପୁରାତନ ବାଲିଆପାଳ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ।ସରକାରଙ୍କ ବିଦ୍ୟାଳୟ ରୂପାନ୍ତରିକରଣ(୫ଟି)ତାଲିକାରେ ଅନ୍ତର୍ଭୁକ୍ତ ନହେବା ଫଳରେ ଦିନକୁ ଦିନ ଅସନ୍ତୋଷର ଦାନା ବାନ୍ଧୁଛି।ପ୍ରଥମ,ଦ୍ୱିତୀୟ,ତୃତୀୟ,ଚତୁର୍ଥ ପର୍ଯ୍ୟାୟରେ ବାଲିଆପାଳ ବ୍ଳକର ପାଖା ପାଖି ୯୦ ଭାଗ ଉଚ୍ଚ ବିଦ୍ୟାଳୟକୁ ୫ଟି ତାଲିକାରେ ଅନ୍ତର୍ଭୁକ୍ତ ରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇ ତା ମଧ୍ୟରୁ କେତେକ ବିଦ୍ୟାଳୟର କାର୍ଯ୍ୟ ସରିଥିବା ବେଳେ ଆଉ କେତେକ ବିଦ୍ୟାଳୟରେ କାର୍ଯ୍ୟ ଚାଲିଛି। ସରକାର ନାରୀ ସଶକ୍ତିକରଣ ନାମରେ ମହିଳା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ଏବେବି ବହୁ ସ୍ଥାନରେ ବାଳିକା ଉଚ୍ଚ ବିଦ୍ୟାଳୟ ଗୁଡିକ ଅବହେଳିତ ଅବସ୍ଥାରେ ରହିଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହିତ ଶିକ୍ଷାକୁ ରାଜ୍ୟ ସରକାର ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ କରି ଶିକ୍ଷାର ବିକାଶ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି।
ମାତ୍ର ବାଲିଆପାଳ ବ୍ଳକର ସର୍ବପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି।ଏବେ ଏହି ବିଦ୍ୟାଳୟର ଭିତ୍ତି ଭୁମି ସୁଦୃଢ ନାହିଁ ସଫେଇ ଦେଇ ୫ଟିରୁ ବାଦ ଦିଆ ଯାଇଛି। ସରକାରଙ୍କ ଦୃଷ୍ଟି ଆଢ଼ୁଆଳର ରହି ଦିନକୁ ଦିନ ଏହି ବିଦ୍ୟାଳୟର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପିଲାମାନଙ୍କର ଆକର୍ଷଣ ହରାଇବାରେ ଲାଗିଛି। ବର୍ତ୍ତମାନ ଏହି ବିଦ୍ୟାଳୟରେ ତିନିଶହରୁ ଉର୍ଦ୍ଧ୍ବ ଛାତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ହେଉଛି। ୧୯୬୮ ମସିହାରୁ ନିର୍ମିତ ଏହି ବିଦ୍ୟାଳୟ ଏବେବି ଏଜବେଷ୍ଟର୍ ଛପର ଘରେ ଦୟନୀୟ ଅବସ୍ଥାରେ ଚାଲିଛି। ଏଥି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି,ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ନେତୃବୃନ୍ଦଙ୍କ ନଜର ପଡୁ ନାହିଁ। ବାଲିଆପାଳ ବାଳିକା ଉଚ୍ଚ ବିଦ୍ୟାଳୟ , ଏବେ ସମ୍ପୁର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଦୀର୍ଘ ଦିନରୁ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟ ସାତରୁ ଆଠଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳରେ ଥିବାରୁ , ପ୍ରତିବର୍ଷ ଶତାଧିକ ପିଲା ଏଠାରେ ପାଠପଢି ଥାନ୍ତି। ଘରୋଇ ବିଦ୍ୟାଳୟରେ ପିଲା ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏବେବି ତିନିଶହରୁ ଉର୍ଦ୍ଧ୍ବ ଛାତ୍ରି ଏଠାରେ ପାଠ ପଢୁଛନ୍ତି। ସେମାନଙ୍କର ଶିକ୍ଷା ଦାନ ନିମନ୍ତେ ଶିକ୍ଷକ, ଅଣ ଶିକ୍ଷକକୁ ମିଶାଇ ମୋଟ ସତର ଜଣ କର୍ମଚାରୀ ବିଦ୍ୟାଳୟରେ ନିଯୁକ୍ତ ଅଛନ୍ତି।ଭୌଗଳିକ ଦୃଷ୍ଟିରୁ ଉକ୍ତ ବିଦ୍ୟାଳୟଟି ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବାଲିଆପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଥିଲେ ମଧ୍ୟ କୈାଣସି ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବାର ଅଭିଯୋଗ ହେଉଛି।ବର୍ଷା ଦିନେ ବିଦ୍ୟାଳୟ ଖେଳପଡ଼ିଆରେ ଆଣ୍ଠୁଏ ପାଣି ଜମି ରହେ।ବଜାରର ନାଳ ନର୍ଦ୍ଦମା ପାଣି ମଧ୍ୟ ବିଦ୍ୟାଳୟ ଭିତରକୁ ମାଡ଼ି ଆସି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଦୀର୍ଘଦିନ ଧଟି ଅବହେଳିତ ହୋଇ ରହିବାର କାରଣ କଣ।ଯାହା ଫଳରେ ଏବେ ବିଦ୍ୟାଳୟ ୫ଟି ରେ ଅନ୍ତର୍ଭୁକ୍ତରୁ ବଞ୍ଚିତହେଲା। ବିଦ୍ୟାଳୟର ଉନ୍ନତିକରଣ ପାଇଁ ସମସ୍ତ ପ୍ରକାରର ଭିତ୍ତି ଭୂମି ରହିଥିଲେ ମଧ୍ୟ ସରକାର ଉକ୍ତ ବିଦ୍ୟାଳୟର ଉନ୍ନତି କରଣ ରେ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି।ଏ ବାବଦରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ପାତ୍ର କହନ୍ତି ସ୍କୁଲର ସମସ୍ୟାକୁ ନିଜସ୍ଵ ଉଦ୍ୟମରେ ବିଭାଗୀୟ ଅଧିକାରୀ, ବିଭାଗୀୟ ମନ୍ତ୍ରୀ, ବିଧାୟକ, ଏମପି ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ, ଏଯାବତ କୈାଣସି ଉତର ମିଳିନାହି।ତେବେ ସରକାର ନାରୀଶିକ୍ଷାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟର ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବୀ କରିଛନ୍ତି।
Post a Comment