ପୁଲିସ ଏସକର୍ଟ ଗାଡି ଧକ୍କାରେ ଦୁଇ କଲେଜ ଛାତ୍ର ଗୁରୁତର ଆହତ


ନୂଆପଡ଼ା,(ପରମେଶ୍ଵର ମେହେର): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ପୁଲିସ ଏସକର୍ଟ ଗାଡି ଧକ୍କାରେ ଦୁଇ ଜଣ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଉଭୟ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଜିତୁ ଦାସ ଓ ଯୋଗେଶ୍ୱ ପୋଡ଼। ଏବେ ଉଭୟ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବିକ, ଶନିବାର ପୂର୍ବାହ୍ନରେ ଜୋଙ୍କ ଥାନା ଖରିଆରରୋଡ଼ ସହର ପିଏଚଡିପଡାର ଜିତୁ ଓ ଯୋଗେଶ ଏକ ବାଇକରେ ରାଜପଥରେ ସିଲଦା ସ୍ଥିତ ନ୍ୟାସନାଲ କଲେଜକୁ ପାଠ ପଢିବା ପାଇଁ ଯାଉଥିଲେ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଲିସ ଏସକର୍ଟ ଗାଡି ନୂଆପଡ଼ାରୁ ଖରିଆରରୋଡ଼ ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଏହି ସମୟରେ ଗୋତମା ଗାଁ ନିକଟରେ ରାଜପଥ ଉପରେ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଜଣ କଲେଜ ଛାତ୍ର ଗୁରୁତର ଆହତ ହୋଇଥିଲେ । ହେଲେ ପୁଲିସ କର୍ମଚାରୀ ମାନେ ଉଭୟ ଗୁରୁତର ଛାତ୍ରଙ୍କୁ ଉଦ୍ଧାର ନକରିବାରୁ କିଛି ସମୟ ଧରି ଦୁର୍ଘଟଣା ସ୍ଥଳରେ ପଡି ରହିଥିଲେ । ପରେ ପୁଲିସ ପହଞ୍ଚି ଉଭୟ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ଉଭୟ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଉଭୟଙ୍କୁ ବୁର୍ଲା ରେଫର କରିଛନ୍ତି ।

Post a Comment

Previous Post Next Post