ଜୁନାନି ଗ୍ରାମର ଗିରିଗୋର୍ଦ୍ଧନ ପୂଜା ଉତଯାପିତ


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଳା ଗ୍ରାମପଞ୍ଚାୟତ ର ଜୁନାନି ଗ୍ରାମରେ ଭଗବାନ ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପୂଜା ଆଜି ଉତଯାପିତ ହୋଇଯାଇଛି । ଭଗବାନ ଶ୍ରୀକୃଷ୍ଣ ଅବତାରରେ ଗିରି ଗୋବର୍ଧନ ଟେକି ଇନ୍ଦ୍ରଙ୍କ କୋପରୁ ଗୋପପୁର ବାସୀଙ୍କୁ ସୁରକ୍ଷା ଦେଇଥିଲେ । ସେହିଦିନ ଠାରୁ ଗୋପପୁରବାସି ଗୋବର୍ଧନ ପର୍ବତ ନିକଟରେ କୃତଜ୍ଞତା ଜ୍ଞାପନକରି ତାଙ୍କର ପୂଜା ଅର୍ଚ୍ଚନା କରାଯାଇଥିଲା । ଏହାକୁ ମନେ ପକାଇ ଯାଦବ ସମ୍ପ୍ରଦାୟ ତରଫରୁ ପ୍ରତିବର୍ଷ ଗିରି ଗୋବର୍ଧନ ପୂଜାର ଆୟୋଜନ କରାଯାଇଥାଏ । ସେହି ପରି ନୂଆପଡା ଜିଲ୍ଲାର ଜୁନାନି ଗ୍ରାମରେ ଜୁନାନି ଯାଦବ ସମାଜ ପକ୍ଷରୁ ଚାଲୁଥିବା ଗୋବର୍ଧନ ପୂଜା ଉତଯାପିତ ହୋଇଯାଇଛି । ଜୁନାନି ଗ୍ରାମରେ ପ୍ରଥମ ବର୍ଷ ଚାଲୁଥିବା ଗିରି ଗୋବର୍ଧନ ପୂଜା ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ପୂଜାକୁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ବେଶ ଆନନ୍ଦ ଉଲ୍ଲାସ ସହିତ ପାଳନ କରିଥିଲେ । ଏହି ପୂଜାରେ ଆମନ୍ତ୍ରିତ ହୋଇ ନୂଆପଡା ବିଧାୟକ ତଥା ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ,ଜିଲ୍ଲା ଯାଦବ ସମାଜ ସଭାପତି ଭରତଲାଲ ରାଉତ, ନୂଆପଡା ବ୍ଲକ ଯାଦବ ସଭାପତି କୃଷ୍ଣଚନ୍ଦ୍ର ଖରସେଲ,ଟାନୱାଟ ସର୍କଲ ସଭାପତି ନେପାଳ ଖରସେଲ,ଏବଂ ନୂଆପଡା ବ୍ଲକର ଅନ୍ୟନ୍ୟ ଯାଦବ ସମାଜର ପଦାଧିକାରୀ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଭ କରିଥିଲେ । ଏହି ପୂଜା ରେ ମନୋରଞ୍ଜନ ପାଇଁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଗ୍ରାମର ପୂଜା କମିଟିର ସଭାପତି ପିତାମ୍ବର ଖରସେଲ, ସମ୍ପାଦକ ବୈକୁଣ୍ଠ ଖରସେଲ, ସହ ସମ୍ପାଦକ -ଜଗତପାଳ ହଂସ,ଲଭ ଖରସେଲ, ନରିନ ନାଗ, ପ୍ରଶାନ୍ତ ପୁଞ୍ଜି, ମୁକୁନ୍ଦ ହଂସ ପ୍ରମୁଖ ପୂଜାରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Post a Comment

Previous Post Next Post