ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ରାଧାକାନ୍ତ ଭୋଇ ଚାରେଟେବୁଲ ଟ୍ରଷ୍ଟ,ଦମକିପାଲି, ପାଟଣାଗଡ ,ଜି ବଲାଙ୍ଗିର ଆନୁକୁଲ୍ୟରେ ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା । ଶ୍ରୀଯୁକ୍ତ ମୋହନ ଭୋଇଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ । ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଓ ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ଡଃ ହଳଧର ନାଗ ଯୋଗ ଦେଇଥିଲେ । ସୁଭାଷିତ୍ ଶିଶାଙ୍ଗ ଭୋଇ ଅତିଥି ପରିଚୟ କରିଥିବା ବେଳେ ରତିକାନ୍ତ ଭୋଇ ଟ୍ରଷ୍ଟର ବିବରଣୀ ପାଠ କରିଥିଲେ। ସୁଶ୍ରୀ ସବିତା ଭୋଇ ଗୀତାପାଠ କରିଥିଲେ । ସମାଜସେବୀ ଓ ଆଇନଜୀବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପ୍ରଧାନ(ରାଣା)ଙ୍କୁ ରାଧାକାନ୍ତ ଭୋଇ ସ୍ମୃତି ସମାଜସେବୀ ସମ୍ମାନ ଓ ସମାଜସେବୀ ଓ ଶ୍ରେଷ୍ଠ ଚାଷୀ ଶ୍ରୀଯୁକ୍ତ ବାଳକୃଷ୍ଣ ବେହେରାଙ୍କୁ ରାଧାକାନ୍ତ ଭୋଇ ସ୍ମୃତି କୃଷି ସମ୍ମାନ 
ଦିଆ ଯାଇଥିଲା । ଅସହାୟମାନଙ୍କୁ ସାଲ୍ ବଣ୍ଟନ କରାଯାଇଥିଲା । ଶ୍ରୀଯୁକ୍ତ ବିଶି ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ ଦ୍ବାରା ଯୁବଗୋଷ୍ଠୀ ଉତ୍ସାହିତ ହେବେ ଓ ସ୍ବର୍ଗତ ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ମୁଖ୍ୟବକ୍ତା ପଦ୍ମଶ୍ରୀ ଡଃ ହଳଧର ନାଗ ଜୀବନରେ କଠିନ ପରିସ୍ଥିତି ଦେଇ ମଣିଷ ଆଗକୁ ବଢେ ଓ ଉତ୍ତମ କାର୍ଯ୍ୟ ଦ୍ବାରା ଦେଶ ଜାତିର ହିତ କରିବାକୁ କୋଶଲୀ କବିତା ମାଧ୍ୟମରେ ଉତ୍ସାହିତ କରିଥିଲେ । ଶ୍ରୀଯୁକ୍ତ ରଜନୀକାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ,ମମତା ପଣ୍ଡା, ଜତୀନ୍ଦ୍ର ତାଣ୍ଡି ,ମନୋଜ ଭୋଇ,ସୋହମ,ଶ୍ବେତା,ସୌମ୍ୟା ଓ ଦମକିପାଲି ଗାଁ କଲ୍ୟାଣ ଯୁବଗୋଷ୍ଠୀ ସହଯୋଗ କରିଥିଲେ ।

Post a Comment

Previous Post Next Post