ବୌଦ୍ଧ,(ହୃଦାନନ୍ଦ ମେହେର) ଆଲୋକ ର ପର୍ବ ଶୁଭ ଦୀପାବଳି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ଖୁଵ ଆନନ୍ଦ ସହକାରେ ଆଧ୍ୟାତ୍ମିକ ମହତ୍ୱ ନେଇ ପାଳନ କରାଯାଇଥିଲା । କେନ୍ଦ୍ର ସଞ୍ଚlଳିକା ବି କେ ମାମିନା ଭଉଣୀ ନିଜ ବକ୍ତବ୍ୟ ରେ କହିଲେ ଜ୍ୟୋତି ସ୍ୱରୂପ ପରମାତ୍ମା ସମସ୍ତ ଜ୍ୟୋତି ସ୍ୱରୂପ ଆତ୍ମା ମାନଙ୍କ ପିତା ଅଟନ୍ତି, ଆଜି ମାନବ ସମାଜରେ ବିକାର ବ୍ୟସନ ମାୟା ରୁପି କାଳିମା ର ଅନ୍ଧକାର ରେ ପଡି ପ୍ରାୟ ସମସ୍ତେ ମାନସିକ ଶାରୀରିକ ବେଦନା ରେ ପୀଡିତ ଜୀବନ କଟାଉଛନ୍ତି । ଏ ଦୁର୍ଦଶା ସମୟରେ ସ୍ୱୟଂ ପରମପିତା ପରମାତ୍ମା ଧରାଧାମ ରେ ଦିବ୍ୟ ଅବତରଣ କରି ଆତ୍ମ ଜ୍ଞାନ ରୁପି ଆଲୋକ ପ୍ରଦାନ କରି ନୂତନ ସଂସାର ତଥା ସ୍ୱର୍ଗ ଦୁନିଆଁ ସ୍ଥାପନା କରୁଛନ୍ତି. ଦୀପାବଳି ସୁଖ ସମରୁଦ୍ଧି, ଶାନ୍ତି ସାମ୍ରାଜ୍ୟ ଆହ୍ୱାନ ର ପର୍ବ ଅଟେ । ପୁରୁଣା ସ୍ଵଭାଵ, ସଂସ୍କାର ରୁପି ଚୋପାଡ଼଼ କୁ ସମାପ୍ତ କରି ନୂତନ ସଂସ୍କାର ଯହିଁରେ କି ପ୍ରେମ -ଏକତା -ସତଭାବନା ରେ ଜୀବନ ଆନନ୍ଦମୟ ହୋଇଯିବ.ସମ୍ମାନିତ ଅତିଥି ସୁଶ୍ରୀ ରତିକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜନସମ୍ପର୍କ ଓ ସୂଚନା ଅଧିକାରୀ ବୌଦ୍ଧ ନିଜ ବକ୍ତବ୍ୟ ରେ କହିଲେ ରାବଣ ରାଜ୍ୟ କୁ ସମାପ୍ତ କରି ଯେତେବେଳେ ଭଗବାନ ଶ୍ରୀରାମ ଅଯୋଧ୍ୟା କୁ ଆଗମନ କଲେ, ସେତେବେଳେ ନଗରବାସୀ ଦୀପ ଜଳାଇ ତାଙ୍କୁ ସ୍ୱାଗତ ଜଣାଇ ଥିଲେ । ଅସତ୍ୟ ଉପରେ ସତ୍ୟ ର ବିଜୟ,ସୁଖ ସମୃଦ୍ଧି ରାଜ୍ୟ ର ଶୁଭାଗମନ ର ପର୍ବ ହିଁ ଦୀପାବଳି ବୋଲି ବର୍ଣନା କରିଥିଲେ । ବି କେ ସରୋଜ ଭାଇ ସଭାରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଦୀପାବଳି ପର୍ବ ରେ ସ୍ୱାଗତ ଜଣାଇ କହିଲେ ପରମାତ୍ମା ସର୍ବଧର୍ମ ଆତ୍ମ ଙ୍କ ପିତା ଅଟନ୍ତି, ତେଣୁ ତାଙ୍କୁ ସମସ୍ତେ ଜ୍ୟୋତି ସ୍ୱରୂପ ରେ ସ୍ୱୀକାର କରନ୍ତି । ବର୍ତ୍ତମାନ ସମୟ ଆସି ପହଁଚିଛି ବିଶ୍ୱରେ ସବୁ ଧର୍ମ ର ମାନବ ଈଶ୍ବରୀୟ ବିଦ୍ୟାଳୟ ଜ୍ଞାନକୁ ସ୍ୱୀକାର କରନ୍ତି, ତେଣୁ ଏ ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ଶହେ ଚାଳିଶ ଦେଶରୁ ଉର୍ଦ୍ଧ ଦେଶ ରେ ଶିକ୍ଷା ପ୍ରଦାନ କରୁଛି । ଭାରତକୁ ବିଶ୍ୱ ଗୁରୁ ରୂପେ ମାନ୍ୟତା ପ୍ରାପ୍ତ କରିବା ପଛରେ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ର ଭୂମିକା ବିଶେଷ ଅଟେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ଭାଇ ମାନେ ଆତ୍ମିକ ସ୍ମୃତି ରେ ଦ୍ବୀପ ପ୍ରଜ୍ବଳନ କରି ପରିବେଶ କୁ ସୁଶୋଭିତ କରିଥିଲେ।

Post a Comment