ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପଯଜ୍ଞ ଅନୁଷ୍ଠିତ


ସିନାପାଲି; ( ପରମେଶ୍ବର ମେହେର) ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପଯଜ୍ଞ ଅନୁଷ୍ଠିତ ହୋଇଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ଯରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ଦ୍ୱାରା ପରିଚାଳିତ ଏହି ଦୀପଯଜ୍ଞ କାର୍ଯ୍ଯକ୍ରମରେ ନବୀନ ଚଂଦ୍ର ମେହେର ଏବଂ ତାଙ୍କ ଧର୍ମପତ୍ନୀ ଡାଳିମ୍ୱ ମେହେର କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଶକ୍ତିପୀଠର ତ୍ରୀନାଥ ମେହେର, ତରଣ କୁମାର ମେହେର, ସନ୍ତୋଷ ନାଏକ, ଚୂଡ଼ାମଣି ମେହେର, ହରେକୃଷ୍ଣ ମେହେର, ନମିତା ମେହେର, ଅଙ୍କିତା ମେହେରଙ୍କୁ ନେଇ ଗଠିତ ଟୋଲି ଉଭୟ ଯଜ୍ଞ ଓ ସଂଗୀତ କାର୍ଯ୍ଯକ୍ରମର ସଂଚାଳନ କରିଥିଲେ । ଏଠାରେ ସୂଚନାଯୋଗ୍ଯ ଯେ, ଆଗାମୀ ଜାନୁଆରୀ ମାସରେ ସିନାପାଲି ଠାରେ ଭବ୍ଯ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ଭୂମୀ ପୂଜନ ଉତ୍ସବ ଆସନ୍ତା ନଭେମ୍ୱର ୧୩ ତାରିଖ ଦିନ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ମହାଯଜ୍ଞକୁ ଦୃଷ୍ଟିରେ ରଖି ବ୍ଯାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରତ୍ଯହ ଦୀପଯଜ୍ଞ, ପ୍ରବଚନ ଆଦି କାର୍ଯ୍ଯକ୍ରମ ମାନ ଅନୁଷ୍ଠିତ ହେଉଛି । ଆଜିକାର ଦୀପଯଜ୍ଞରେ ଶତାଧିକ ଶ୍ରଦ୍ଧାଳୁ ବିଳମ୍ୱିତ ରାତି ଯାଏଁ ଉପସ୍ଥିତ ରହିଥିଲେ ।

Post a Comment

Previous Post Next Post