ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଛ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନରେ ଥିବା ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସର୍ବ ପ୍ରଥମେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଦୀପ ପ୍ରଦାନ କରାଯାଇଥିଲା।ତାପରେ ଅତିଥି ଶ୍ରୀ ଥମିର ଛତ୍ରିଆ, ଶିକ୍ଷକ ମନୋଜ କୁମାର ତାଣ୍ଡି, ଲ୍ୟାମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ୱଛ୍ଛତା ହିଁ ସେବା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ମିଶି ବିଦ୍ୟାଳୟ ଓ ରାସ୍ତା ସଫା କରିଥିଲେ।ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Post a Comment

Previous Post Next Post