ମିଥ୍ୟା ଆରୋପ ରେ ଗିରଫ ହୋଇଥିବା ଘଣ୍ଟିଗୁଡ଼ା ସରପଞ୍ଚଙ୍କ ସମେତ 8 ଜଣ ବ୍ୟକ୍ତିଙ୍କୁ ଜେଲ ରୁ ସ୍ଵାଗତ ସମ୍ବର୍ଦ୍ଧନା


ସିନାପାଲି ; ( ପରମେଶ୍ବର ମେହେର) ସିନାପାଲି ବ୍ଲକର କାପସି ଗ୍ରାମର ମଣ୍ଟୁ ତାଣ୍ଡି ହତ୍ୟାକାଣ୍ଡର ପୋଲିସ ତଦନ୍ତର ଅବହେଳାର ଅଭିଯୋଗ ନେଇ ଥାନା ଘେରାଉ କରିବାକୁ ଯାଇ ମିଥ୍ୟା ଆରୋପରେ ଗିରଫ ହୋଇଥିବା ଆଜି ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା ଓ ଘଟଣା ବିଷୟରେ ବୁଝିବାକୁ ଯାଇଥିବା ଘଣ୍ଟିଗୁଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀ ଖୁଟୁରାମ ସୁନାନୀଙ୍କୁ ବ୍ୟକ୍ତିଗତ ରୋଷ ସୁଝାଇବାକୁ ପୋଲିସ ଗିରଫ କରି ତଥା ଜେଲ ପଠାଯିବା ସିନାପାଲି ପୋଲିସ ବିଭାଗ ପାଇଁ ଏକ କଳଙ୍କହୋଇରହିଯିବ। 

ଆଜି ଏହି ଯୋଦ୍ଧାମାନଙ୍କୁ ମାନନୀୟ କୋର୍ଟଙ୍କ ଆଦେଶରେ ଜାମିନ ମିଳି ଜେଲରୁ ମୁକ୍ତ କରାଯାଇଥିଲା। ଏହି ଅବସରରେ ଦଳିତ ଅଧିକାର ମଞ୍ଚର ଶତାଧିକ କର୍ମକର୍ତ୍ତା ଓ ଖୁଟୁରାମ ସୁନାନୀଙ୍କ ପରିବାରର ଲୋକେ ତଥା ସ୍ବର୍ଗତ ମଣ୍ଟୁ ତାଣ୍ଡିଙ୍କ ପରିବାରର ଲୋକେ ସ୍ବାଗତ କରିବା ପାଇଁ ଯାଇ ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଘରକୁ ଆଣିଛନ୍ତି ।

Post a Comment

Previous Post Next Post