କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) :ଦୀପାବଳୀ ଉପଲକ୍ଷେ ସମସ୍ତେ ଆନନ୍ଦ ଉଲ୍ଲାସ ଥିବା ବେଳେ ପଶ୍ଚିମବଙ୍ଗ ହାଜରପୁର ଅଞ୍ଚଳର ମାତେନ୍ ସେଠ୍ (୨୫) ନାମକ ଜଣେ ଶ୍ରମିକଙ୍କ ପାଇଁ କାଳ ହୋଇଥିଲା।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ବାଇପାସ ରାସ୍ତାରେ ଜୈନକ ବ୍ୟକ୍ତି ନୂତନ ଗୃହ ନିର୍ମାଣ କରୁଥିବା ବେଳେ ଏହି ବିଦେଶୀ ଶ୍ରମିକ ତାଙ୍କ ପାଖରେ କାର୍ଯ୍ୟ କରୁଥିଲେ।ମାତ୍ର ଉକ୍ତ ଗୃହଟି ୩୩ କେଭି ତାର ରୁ ମାତ୍ର ୪ ଫୁଟ ତଳେ ତିନି ମହଲା କୋଠା ନିର୍ମାଣ କରୁଥିବା ଜୈନିକ ବ୍ୟକ୍ତି ବିଦ୍ୟୁତ ବିଭାଗ ରୁ ନ ଆଣି କାହା ଅନୁମତି ପାଈ ବିପଦ ସଙ୍କୁଳ ସ୍ଥାନରେ ତିନି ମହଲା କୋଠା ନିର୍ମାଣ ଚାଲିଥିଲା ତାହା ତଦନ୍ତ ସକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ଅନ୍ୟପଟେ ତେଲନଦୀ ରେ ଥିବା ବ୍ରିଜ ପୁରୁଣା ହେବାରୁ ନୂତନ ବ୍ରିଜ ହେବାକୁ ଥିବା ଜାଣି ଯୁଦ୍ଧ କାଳୀନ ଭିତିରେ କୋଠା ନିର୍ମାଣ କରି ସରକାରୀ ଟଙ୍କା ପାଇବା ଆଶାରେ ହେଉଛି ବୋଲି ଶୁଣିବାକୁ ମିଳୁଛି।ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବିଭାଗର ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।ବିଦ୍ୟୁତ ତାର ସ୍ପର୍ଶରେ ଆସି ଶ୍ରମିକଙ୍କ ଶରୀର ୮୦ ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ପ୍ରଥମେ ସୋନପୁର ରୁ ବୁର୍ଲା ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।ବିଦ୍ୟୁତ୍ ବିଭାଗର ଏସଡିଓ ଉକ୍ତ ଘର ମାଲିକଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ଦାୟର କରିଥିବା ମଧ୍ୟ ପୋଲିସ ସୂତ୍ରରୁ ସୂଚନା ମିଳିଛି।ଏଠାରେ ଦେଖିବାକୁ ବାକି ରହିଲା ଜେ କେବେ ବୌଦ୍ଧି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି।

Post a Comment