ସିନାପାଲି;( ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କଇଁଟପଦର ଗ୍ରାମର ମାଚାନ୍ଦ କୁମାରୀ ଖେଳ ପଡିଆରେ ରିଷିଙ୍ଗ ଷ୍ଟାର ସ୍ପୋର୍ଟସ କ୍ଲବ ଦ୍ୱାରା 22 ତମ ବିନୋଦ ବିହାରୀ ୟାଦବ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ 23 /09 ରୁ 02/10 2022 ପର୍ଯ୍ୟନ୍ତ 10 ଦିନଧରି ଖେଳ ହୋଇଥିଲା ଏବଂ ଷୋହଳ ଗୋଟି ଦଳ ଭାଗ ନେଇ ଥିଲେ। ଓ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପୁରସ୍କାର ଦସ ହଜାର ସହିତ କପ, ଓ ଦ୍ଵିତୀୟ ପୁରସ୍କାର ସାତ ହାଜର ସହିତ କପ , ରଖାଯାଇଥିଲା ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତ୍ତୀ ପୂର୍ବତନ ବିଧାୟକ ଭାରତୀୟ ଜନତା ପାର୍ଟି ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ଯ , ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷI ଶ୍ରୀମତି ମାଧୁରୀ ମାଝି, ପୁର୍ବତନ ଜିଲ୍ଲା ପରିଷଦ ପ୍ରାଥୀ ଶ୍ରୀ ପ୍ରିୟରଞ୍ଜନ ମେହେର, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ମହିନ୍ଦ୍ର ସୁନାନି , କଇଁଟପଦର ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ ନରହରି ହଂସ ,ପୂର୍ବତନ ସିନାପାଲି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ତଥା ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରେମସିଂ ହେର୍ଣ୍ଣା , ଘୁଚାଗୁଡା ସରପଞ୍ଚ ପ୍ରତିନିଧି ଶ୍ରୀ ପାରେଶ୍ଵର ସା, ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚା ସଭାପତି ଶ୍ରୀ ଲିଲାମ୍ବର ନାଗ , ଶ୍ରୀ ହେରମ୍ବ ମାଝି, ଅତିଥି ଶ୍ରୀ ପୁରନ୍ଦର ସୁନାନି ,ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମେଚ ଚଟିଆଗୁଡା ଓ ପଲସାପଢ଼ା ମଧ୍ୟରେ ହୋଇଥିଲା ଏହି ମ୍ୟାଚ ରେ ଦୁଇ ଟି ଦଳ ୧/୧ ଗୋଲ ହୋଇ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଚଟିଆଗୁଡା ଦଳ ପ୍ଲାଷ୍ଟିକ ମାରି ୩-୧ ରେ ବିଜୟ ହୋଇଥିଲା ଓ ଚମ୍ପିୟାନ ହୋଇଥିଲା । ଖେଲ ପରିଚାଳନା ଶ୍ରୀ ଡ଼ୋଲାମଣୀ ବଛା,ଶ୍ରୀ ସୁବାଷ କୁଳ, ଶ୍ରୀ ପୁରୁନ ମାଝି,ଶ୍ରୀ ସତ୍ୟ ଭୋଇ, ଏବଂ କମେଣ୍ଟଟେଟର ପ୍ରକାଶ ପାତ୍ର, ସୁନୀଲ ହେର୍ଣ୍ଣା ,ଓ ପରେଶ୍ଵର ହେର୍ଣ୍ଣା ଥିବାବେଲେ ରିଷିଙ୍ଗ ଷ୍ଟାର ପୋର୍ଟ କ୍ଲବର ସଭାପତିଶ୍ରୀ ଜୟଚନ୍ଦ୍ର ହେର୍ଣ୍ଣା ,ସମ୍ପାଦକ ଶ୍ରୀ ପରେଶ୍ଵର ହେର୍ଣ୍ଣା ,ଅମୂଲ୍ୟ ହେର୍ଣ୍ଣା, ଭୋଗଲ ହଂସ, ସଂଜୀବ ହେର୍ଣ୍ଣା ,ଧନଞ୍ଜୟ ହଂସ, ଚନ୍ଦ୍ର ଶେଖର ଘିଭେଲା, ନରହରି ହଂସ, ମାନସିଂ ହେର୍ଣ୍ଣା ,ସୁନୀଲ ହେର୍ଣ୍ଣା,ପ୍ରେମସିଂ ହେର୍ଣ୍ଣା ଓ ଗ୍ରାମର ଭଦ୍ର ବ୍ୟକ୍ତି ତଥା ଯୁବ ପିଢି ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
୨୨ ତମ ବିନୋଦ ବିହାରୀ ୟାଦବ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ
ଆଜତକ ଓଡ଼ିଶା
0
Post a Comment