ସିନାପାଲିରେ ରେଡ଼ିଓ ସ୍ୱରସଙ୍ଗମର ଶୁଭାରମ୍ଭ


ସିନାପାଲି,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସହରର ସ୍ୱର ସ୍ୱଙ୍ଗମ କଳା ପରିଷଦ ପରିସରରେ ରବିବାର କମୁନିଟି ରେଡ଼ିଓ "ସ୍ୱର ସଙ୍ଗମ"ର ଶୁଭାରମ୍ଭ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ହୃଦାନନ୍ଦ ମାଝୀ, ଯୁବ ରାଜନୈତିଜ୍ଞ ସୁବ୍ରତ କୁମାର ଠାକୁର,ପୂର୍ଣ୍ଣଚଂଦ୍ର ମେହେର, ଆନନ୍ଦ ମେହେର, ତୁଳସୀରାମ ମେହେର ପ୍ରମୁଖ ଯୋଗଦାନ କରି ବାପୁଜୀ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସତ୍ରୀଙ୍କ ପଟୋଚିତ୍ରରେ ମାଲ୍ଯାର୍ପଣ କରିବା ପରେ କମୁନିଟି ରେଡ଼ିଓର ଶୁଭାରମ୍ଭ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ କଳାପରିଷଦର ସଭାପତି ତ୍ରୀନାଥ ମେହେର, ଉପସଭାପତି ନବୀନଚଦ୍ର ମେହେର, ସଂପାଦକ ବୈଷ୍ଣବ ମେହେର, ରୂପେଶଚଂଦ୍ର ମେହେର, ତରୁଣ କୁମାର ମେହେର, ଋଷଭ ମେହେର, ପ୍ରକାଶ ଚଂଦ୍ର ପାତ୍ର, ଜଗନ୍ନାଥ ସାଗର, ଲୋଚନ ମେହେର, ଝସକେତନ ରଣା, ନୀରୁପମା ମେହେର, ଆକାଂକ୍ଷା ତାଣ୍ତି, ଭୂମୀସୂତା ନାଏକ. ଦେବରାଜ ମେହେର, ପିଙ୍କୁ ନାଏକ ପ୍ରମୁଖଙ୍କ ସହ କଳା ପରିଷଦର ସଭ୍ଯସଭ୍ଯା ଉପସ୍ଥିତ ରହି ସହଯୋଗ କରିଥିଲେ । ରେଡ଼ିଓ କାର୍ଯ୍ଯକ୍ରମ ମାଧ୍ଯମରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଅଂଚଳର ଶିକ୍ଷା, ସ୍ବାସ୍ଥ୍ଯ, କୃଷି, କଳା ସାହିତ୍ଯ ଆଦି କ୍ଷେତ୍ରରେ ବିକାଶ ଘଟାଇବା ମୁଖ୍ଯ ଉଦ୍ଦେଶ୍ଯ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ରେଡ଼ିଓ ସ୍ୱର ସଙ୍ଗମର ଲକ୍ଷ୍ଯ ଉପସ୍ଥାପନ ସହ ଶେଷରେ ଧନ୍ଯବାଦ ଦେଇଥିଲେ ।

Post a Comment

Previous Post Next Post