ସୁବର୍ଣ୍ଣପୁର,(ଆଜତକ୍ ଓଡ଼ିଶା) ଉଲୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଉଲୁଣ୍ଡା ଠାରେ ପୁରୀ ର ହରିହରାନନ୍ଦ ଗୁରୁକୁଳ (ପ୍ରଜ୍ଞାନ ମିଶନ) ତରଫରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦୀପ ଲଗାଇ ଶୁଭାରମ୍ଭ କରିଥିଲେ ଶିକ୍ଷକ ପ୍ରଶନ୍ନ କୁମାର ଶତପଥୀ ପଞ୍ଚାୟତ ସମିତି ହାଇସ୍କୁଲ ଉଲୁଣ୍ଡା। ଉଦଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ଯୋଗେନ୍ଦ୍ର ପଣ୍ଡା ଅବସରପ୍ରାପ୍ତ ଶିକ୍ଷକ ଓ କବି ଯୋଗ ଦେଇ ଭାରତୀୟ ସଂସ୍କୃତିର ପୁନଃରୁଦ୍ଧାର ଓ ଗୀତା ପଠନ ବିଷୟରେ ଆଲୋକପାତ କରିଥିଲେ।ସମ୍ମାନୀତ ଅତିଥି ଲବ ଭରାସାଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଉଲୁଣ୍ଡା ପ୍ରଧାନ ଆଚାର୍ଯ୍ୟ,ସୀତାଂଶୁ ପୂଜାରୀ ଜିଲ୍ଲା ସଂଯୋଜକ,ଆଲୋକ ପ୍ରଧାନ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗ ଦେଇଥିଲେ ଡ. ଅନିରୁଦ୍ଧ କୁରକୁରିଆ, ଧର୍ମ ନିରଂଜନ ପଣ୍ଡା, ବୈଶମ୍ପାୟନ ପଣ୍ଡା, ଦୁର୍ଭାଷା ପ୍ରଧାନ, ସୁରେଶ କୁମାର ମହାକୁର,ସତିଶ ଚନ୍ଦ୍ର ନନ୍ଦ, ଅଚ୍ୟୁତାନନ୍ଦ ପୁରୋହିତ,ବିଷୟା ହୋତା। ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ହୃଷୀକେଶ ଦେହେରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ମୋଟ୍ ୭୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ୪ଟି ବିଭାଗ ରେ ପ୍ରତିଯୋଗୀତା ହୋଇଥିଲା କ,ଖ,ଗ,ଘ ।କ'ବିଭାଗ ରେ ସ୍ଥାନ ଅଧିକାର କରିଛନ୍ତି ପ୍ରଥମ ସିକୁନ ଘିବଲା, ଦିତୀୟ ଖୁସି କର୍ଣ୍ଣ ତୃତୀୟ ଦୀପ୍ତିମୟୀ ଭୋଇ,ଖ' ବିଭାଗ ରେ ପ୍ରଥମ ଧରିତ୍ରୀ ଭୋଇ, ଦିତୀୟ ସମ୍ପଦ ଶତପଥୀ, ତୃତୀୟ ସ୍ବାଗତ ଦେହେରୀ,ଗ' ବିଭାଗ ରେ ପ୍ରଥମ ଅସ୍ମିତା ପ୍ରଧାନ, ଦିତୀୟ ଆଦେଶ ଥନାପତି, ତୃତୀୟ ସୂରୟମା ପ୍ରଧାନ,ଘ' ବିଭାଗ ରେ ପ୍ରଥମ ଲୀଳାବତୀ ମାଝି। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ।ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୀରମହାରାଜପୁର ର ଆଚାର୍ଯ୍ୟ ଆକାଶ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଉଲୁଣ୍ଡା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment