କଣ୍ଟାମାଳ ବ୍ଲକରେ ବିକାଶର ନଗ୍ନ ଚିତ୍ର : ଘୁଲୁଘୁଲାପଦର ହଟୁଆ ପଡାକୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ


କଣ୍ଟାମାଳ, (ମନଧର କର୍ମୀ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ରାସ୍ତାଘାଟ ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ବୈମାତୃକ ମନୋଭାବ ପାଇଁ ଆଜି ମଧ୍ୟ ଗାଁ ମାନଙ୍କୁ ରାସ୍ତାଘାଟ ନିର୍ମାଣ ହୋଇ ପାରୁ ନାହିଁ ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲଶାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ।ଉକ୍ତ ଗ୍ରାମର ହଟୁଆପଡାକୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ରୋଗୀକୁ ୫ଶହ ମିଟର ପର୍ଯ୍ୟନ୍ତ ବୋହି ଆଣି ଆମ୍ବୁଲାନ୍ସ ରେ ବସାଇ ହସ୍ପିଟାଲ ନେଇଥିଲେ ।ପ୍ରାପ୍ତ ସୂଚନା ଅନୁସାରେ, ଏହି ଗ୍ରାମର ଲଙ୍କେଶ୍ୱର ରଣା ନାମକ ଜଣେ ବୃଦ୍ଧଙ୍କୁ ଜ୍ୱର ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଡକାଯାଇଥିଲା ।ତାପରେ ଆମ୍ବୁଲାନ୍ସ ଟି ରୋଗୀର ଘର ନିକଟରେ ଖାଲଖମା ରାସ୍ତା ଥିବାରୁ ଆମ୍ବୁଲାନ୍ସଟି ୫ଶହ ମିଟର ଦୂରରେ ରହିଥିଲା। ପରେ ପରିବାର ଲୋକେ ରୋଗିଜଣକୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣି ହସ୍ପିଟାଲ ନେଇଥିଲେ ।

Post a Comment

Previous Post Next Post