ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ
ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ ଅଭାବ ଅସୁବିଧାକୁ ଲକ୍ଷକରି ସରକାର ସମସ୍ତ ଛାତ୍ର/ଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ସହାୟତା ମଧ୍ୟ ପ୍ରଦାନକଲେ । ଫଳସ୍ବରୁପ ପ୍ରତି ପ୍ରାଥମିକବିଦ୍ୟାଳୟ ଛାତ୍ର/ଛାତ୍ରୀଙ୍କୁ ଚାଉଳ ସହ ଟ.୫.୪୨ପଇସା ଲେଖାଏଁ ଓ ମାଧ୍ୟମିକବିଦ୍ୟାଳୟ ଛାତ୍ର/ଛାତ୍ରୀଙ୍କୁ ଚାଉଳ ସହ ଟ.୦୮.୧୦ପଇସା ଲେଖାଁଏ ମୋଟ ୨୦୦ଦିନର ପ୍ରାଥମିକବିଦ୍ୟାଳୟ ଛାତ୍ର/ଛାତ୍ରୀଙ୍କୁ ୧୦୮୪ଟଙ୍କା ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ର/ଛାତ୍ରୀଙ୍କୁ ୧୬୨୦ଟଙ୍କା ପ୍ରଦାନ କରିବାକଥା । ମାତ୍ର ଛତ୍ରଙ୍ଗ ୟୁଜିଏମଇ ସ୍କୁଲରେ ମୋଟ ପ୍ରାଥମିକବିଦ୍ୟାଳୟ ଛାତ୍ର/ଛାତ୍ରୀଙ୍କୁ ୩୯୦ଟଙ୍କା ଓ ମାଧ୍ୟମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୪୫୦ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ କିଛି ଅଭିଭାବକ ଗତକାଲି ସନ୍ଧ୍ୟାରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କୌଣସି ଟଙ୍କା ବକେୟା ନଥିବା ପ୍ରକାଶ କରିଥିଲେ । ଏବଂ ଆଜି କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ହୋତା ଙ୍କୁ ପଚାରିବାରୁ ସେ ପ୍ରଥମେ ମନାକରିବା ସହ ପରେ ସ୍ବୀକାର କରିଥିଲେ ।ଏପରିକି ପ୍ରଥମେ ପାସବୁକ/ଏସଏମସି କମିଟି ବୈଠକ ଖାତା ପାଖରେନଥିବା ପ୍ରକାଶ କରିଥିଲେ । ଏବଂ CRCC ସୁଧିର ଦେହୁରୀ ଆସିବା ପରେ ଯଣାଇଲେଯେ ୦୩ଟି ପର୍ଯ୍ୟାୟରେ ଟଙ୍କା ଆସିଛି!ପ୍ରଥମ ପର୍ଯ୍ୟାୟରେ ୭୩ ଦିନରେ ୦୨ୟ ପର୍ଯ୍ୟାୟରେ ୫୭ ଦିନ ଏବଂ ୦୩ୟ ପର୍ଯ୍ୟାୟରେ ୭୦ ଦିନର ମୋଟ ୨୦୦ଦିନର ଟଙ୍କା ଆସିଛି । ଏବଂ ସମସ୍ତଟଙ୍କା ଜୁନ ମାସରେ ବ୍ୟାଙ୍କରୁ ଉଠିସାରିଛି । ଜୁଲାଇ ୦୫ରିଖ ୨୦୨୨ମସିହାରେ ପ୍ରଥମ ଓ ୦୩ୟ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯାଇଛି । ଆଶ୍ଚର୍ଯ୍ୟର କଥା ପ୍ରଧାନ ଶିକ୍ଷକ ଗୋଟିଏ ତାରିଖରେ ପ୍ରଥମ ତୃତୀୟ ପର୍ଯ୍ୟାୟ ଟଙ୍କା ସମାନ ତାରିଖରେ ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଉଥିବାବେଳେ ପ୍ରଥମପର୍ଯ୍ୟାୟର ଟଙ୍କା ଛାଡି ଆଉ କୌଣସି ପର୍ଯ୍ୟାୟର ଟଙ୍କାପ୍ରଦାନ କରିନଥିବା ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଯଣାଇଥିଲେ । ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଟଙ୍କା ଗୋଟିଏ ତାରିଖରେ ବଣ୍ଟନ କରାଯାଇଥିବା କହୁଥିବାବେଳେ ୦୨ୟପର୍ଯ୍ୟାୟ ଟଙ୍କା ଜମାଖାତାରୁ ଉଠାଣର ଚାରିମାସପରେବି କେଉଁ ଉଦ୍ଦେଶ୍ୟନେଇ ପ୍ରଦାନ କରାଯାଇନାହିଁ ତାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା । ଏଣୁ ପରିଶେଷରେ ଉତକ୍ଷିପ୍ତ ଅଭିଭାବକଏସଏମସି କମିଟି ସଭାପତି ଘାସିରାମ ରାଉତ, ପ୍ରାକ୍ତନ ସରପଞ୍ଚ ଶୁଶୀଳ ପ୍ରଧାନ,ଅବକାଶ ସାହୁ,ସୁଶାନ୍ତ ରାଉତ,ରଞ୍ଜନ ହଂସ ନିରଞ୍ଜନ ବେହେରା, ରାଜକିଶୋର ବେହେରା, ପ୍ରମୁଖଙ୍କ ନେତୃତ୍ବରେ ସ୍କୁଲରେ ତାଲା ପକାଇବାସହ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଆସି ଘଟଣାର ସମାଧାନ ନକରିବା ଯାଏଁ ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି । ଏ ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଯୋର ଧରିଛି।
Post a Comment