କାହ୍ନୁ ଚରଣ ନାଥ ହେଲେ ହରଭଙ୍ଗା ବ୍ଲକ ସମିତି ସଭ୍ୟ ସଂଘ ର ନୂତନ ସଭାପତି


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜେତା ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମିତି ସଭ୍ୟ ମାନଙ୍କ ର ନୂତନ କମିଟି ଗଠିତ ହୋଇଯାଇଛି!ବ୍ଲକ ଅଧକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ଓ ଉପାଧ୍ୟାକ୍ଷ ସରୋଜକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ର 22ଗୋଟି ପଂଚାୟତ ର ନବନିର୍ବାଚିତ 22ଜଣ ସମିତି ସଭ୍ୟ ଓ ସଭ୍ୟା ଙ୍କ ସର୍ବସମ୍ମତି କ୍ରମେ ନୂତନ କମିଟି ଗଠିତ ହେବାସହିତ ବିଭିନ୍ନ ପଦପଦବୀ ପାଇଁ ମନୋନୀତ କରାଯାଇଛି!ସୂଚନା ଅନୁଯାଇ ନୂତନ କମିଟିର ସଭାପତି ଭାବେ କାହ୍ନୁ ଚରଣ ନାଥ,ସମ୍ପାଦକ ଭାବେ ସରୋଜ ପ୍ରଧାନ, ଉପ ସଭାପତି ଭାବେ ଯମୁନାରାଣୀ ମିର୍ଧା,ଉପ ସମ୍ପାଦକ ଭାବେ କଲ୍ୟାଣୀ ଦଣ୍ଡସେନା, କୋଷାଧକ୍ଷ ଭାବେ ଦୀପାଞ୍ଜଳି ଅମାତ,ଓ ଉପଦେଷ୍ଟା ଭାବେ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସୁଶାନ୍ତ ବେହେରା ଙ୍କୁ ମନୋନୀତ କରାଯାଇଛି

Post a Comment

Previous Post Next Post