ସୁବର୍ଣ୍ଣପୁର (ଗଣପତିବାଘ) ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତି ପାଳିବ ସୋନପୁର ଘୋଡାଘାଟପଡା ଗଜ ଲକ୍ଷ୍ମୀ ପୂଜା କମିଟି । ଦିର୍ଘ ୫୨ ବର୍ଷ ଧରି ମହାଆଡମ୍ବରରେ ଗଜ ଲକ୍ଷ୍ମୀ ପୂଜା ପାଳିତ ହୋଇ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ବେଶ ଧୁମ ଧାମରେ ପାଳନ ହେବ । କରୋନା କଟକଣା ଯୋଗୁଁ ୫୦ ବର୍ଷ ପୁର୍ତ୍ତି ପାଳନ କରାଯାଇ ପାରି ନଥିଲା । ଏଣୁ ଏହି ବର୍ଷ ଏହା ପାଳନ ହେବାକୁ ଯାଉଥିବାବେଳେ କମିଟି ପକ୍ଷରୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେବ । ତେବେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ହେବ ବଲିଉଡ ନାଇଟ ଆସନ୍ତା ୧୪ ତାରିଖ ଏହି ବଲିଉଡ ନାଇଟ କାର୍ଯ୍ୟକ୍ରମରେ ଯୋଗଦେବେ ମୁମ୍ବାଇର ସୁନାମ ଧନ୍ୟ କଣ୍ଠ ଶିଳ୍ପି ବାବୁଲ ସୁପ୍ରିଓ ଏବଂ ସାରିକା ସିଂ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ କଲେଜ ପଡିଆରେ ହେବ ବୋଲି ସୁଚନା ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ବର୍ଷ ସୁବର୍ଣ୍ଣପୁରର ଇତିହାସ ଓ କିମ୍ବଦନ୍ତିକୁ ନେଇ ମଂଚ ସଜ୍ଜା ହେବ । ଏବର୍ଷ ସମସ୍ତ କାର୍ଯ୍ୟକ୍ରମ ଜାକ ଜମକରେ କରାଯାଉଥିବାବେଳେ ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା କହିଛି ପୂଜା କମିଟି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ପୂଜା କମିଟିର କର୍ମକର୍ତ୍ତମାନେ ।

Post a Comment