କଣ୍ଟାମାଳ ସାମ୍ବାଦିକ ସଂଘ ( କବ୍ଜା )ତରଫରୁ ସାଧାରଣ ସଭା ଅନୁଷ୍ଠିତ

A public meeting was held by the Kantamal Press Association (Kabja).

କଣ୍ଟାମାଳ,(ମନଧର କର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଧାନଖଣ୍ଡି ଛକଠାରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍ଜା) ପକ୍ଷରୁ ଉପସଭାପତି ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ପାଦକ ପୂର୍ଣ୍ଣଚରଣ ସାହୁ ଗତବର୍ଷର ବାର୍ଷିକ ଆୟବ୍ୟୟ ହିସାବ ପ୍ରଦାନ କରିବା ପରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ହିଂସା ଆଚରଣ କରିବା ଘଟଣାକୁ ସଂଘ ତରଫରୁ ଦୃଢ ନିନ୍ଦା କରାଯାଇଛି । ସରକାର ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବା ନେଇ ଆଲୋଚନା କରାଯାଇଛି । ଆସନ୍ତା ନଭେମ୍ବର ମାସରେ ସଂଘ ର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ସର୍ବସମ୍ମତି ସ୍ଥିର କରାଯାଇଛି । ଏହି ଅବସରରେ "ମାତୃଭୂମି" ନାମକ ଏକ ସ୍ମରଣିକା ମଧ୍ୟ ପ୍ରକାଶିତ ହେବ ବୋଲି ବରିଷ୍ଠ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ସୂଚନା ଦେଇଛନ୍ତି । ଶେଷରେ ସଦସ୍ୟ ଜୟକୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ରଞ୍ଜନ କୁମାର ପାତ୍ର, ଅନନ୍ତ ଖମାରୀ, ବଂଶୀଧର ମାଝୀ, ଦେବାଶିଷ ମଲିକ, ବଳରାମ ବାଘ, ଗୋବର୍ଦ୍ଧନ ସାହୁ ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ ।

Post a Comment

Previous Post Next Post