ସ୍ଵଚ୍ଛତା ହିଁ ସେବା


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ପୁରୁଣାକଟକ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ରନାଥକହଁର , ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ପରିବେଶକୁ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ଅଡେନିଗଡ଼, ଭଳିଆଗୋରା, ଶ୍ୟାମସୁନ୍ଦରପୁର ଓ କମଲପୁର ଗ୍ରାମରେ ଗାଁ ପୋଖରୀ ନିକଟରେ ଆଦର୍ଶ ଶୌଚାଳୟ ନିର୍ମାଣ ନିମନ୍ତେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ସଚେତନତା ଶୋଭାଯାତ୍ରା କରିବା ସହ ପୁରୁଣାକଟକର ବିଭିନ୍ନ ସ୍ଥାନକୁ ସଫା କରାଯାଇଥିଲା । ଜିଲ୍ଲା ଜଳ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପାରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର କନିଷ୍ଠ ଜନ୍ତ୍ରୀ ଗଗନ କୁମାର ବିନ୍ଧାଣି ,ଜାତୀୟ ସେବା ଯୋଜନା ଅଧିକାରୀ ରଞ୍ଜିତ କୁମାର ସାମଲ, ପୁରୁଣାକଟକ ବଣିକ ସଂଘର ବରିଷ୍ଠ ସଦସ୍ୟ କୈଳାସ ଅଗ୍ରୱାଲ, ବୁଦ୍ଧିଜୀବୀ ବାଳକୃଷ୍ଣ ନାୟକ, ନେହେରୁ ଯୁବକେନ୍ଦ୍ର କର୍ମକର୍ତ୍ତା ସୁଧିର ଦୀପଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Post a Comment

Previous Post Next Post