ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରିତିନିତି ସହ ସକାଳର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା । ମାଁ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ନୂତନ ଶସ୍ୟ ଲାଗି କରାଯାଇଥିଲା । ମୁଖ୍ୟ ସେବାୟତ ଗୌରି ଶଙ୍କର ବଡମାଳି, ପାଳିଆ ସେବାୟତ ସାନନ୍ଦ ବଡମାଳି ଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଶତାଧିକ ଭକ୍ତ ମାଁ ଭୈରବୀଙ୍କ ଦର୍ଶନ କରି ପୂଜା କରିଥିଲେ ।
ବୌଦ୍ଧ ର ଅଧିଷ୍ଠାତ୍ରୀ ଦେବି ମା ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment