ନବନିର୍ମିତ ବୁଢ଼ାଦେଓ ମନ୍ଦିର ର ରତ୍ନମୁଦ ସ୍ଥାପନ ଓ କୁମ୍ଭଭରଣ ଉତ୍ସସବ


ନୂଆପଡା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନିମନା ପାହାଡ଼ ପାଦଦେଶରେ ନିଲବଂସୀୟ ପୋଇରିଓଟି ସମାଜ ପକ୍ଷରୁ ନିମନାପାହାଡ ପାଦଦେଶରେ ନବନିର୍ମିତ ଶ୍ରୀଶ୍ରୀ ବୁଢ଼ାଦେଓ ଙ୍କ ଗାଦୀମନ୍ଦିର ର ରତ୍ନମୁଡ ସ୍ଥାପନ ଓ କୁମ୍ଭଭରଣ ଉତ୍ସସବ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ  ବୋଡେ଼ନ  ଅଞ୍ଚଳର ସମସ୍ତ ନୀଳବଂସୀୟ ପୋଇରୀ ଅଟି ସମ୍ପ୍ରଦାୟର ପରିବାର ଓ ତାଙ୍କ ବନ୍ଧୁବର୍ଗ ଏକତ୍ରିତ ହୋଇଥିଲେ।ସ୍ଥାନୀୟ ପୋଇରିଓଟି ପରିବାରବର୍ଗ ଙ୍କର ଗାଦୀ ଯାତ୍ରାର ସୁବିଧା କୁ ଦୃଷ୍ଟିରେରଖି ଏହି ଓଟିବଂସ ର ସାମୂହିକ ଅନୁଦାନ ଓ ବର୍ତ୍ତମାନ ର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ଅନୁଦାନ କ୍ରମେ ମନ୍ଦିର ନିର୍ମାଣସମାପନ କରାଯାଇଥିବା କର୍ମକର୍ତାମାନେ ସୂଚନା ଦେଇଛନ୍ତି।ସର୍ବପ୍ରଥମେ ସମସ୍ତ ଓଟିବଂସ ଓ ବନ୍ଧୁବର୍ଗ ଏକାଠି ହେବାପରେ ବିଭିନ୍ନ ଗ୍ରାମରୁ ଆଣିଥିବା ଶସ୍ୟ, ବିଭିନ୍ନ ପ୍ରକାର ରତ୍ନ ଇତ୍ୟାଦି କୁ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିବା ପରେ ମହାରଣା ରତ୍ନମୁଦ ଓ କୁମ୍ଭଭରଣ କାର୍ଯ୍ୟ ଆରମ୍ଭ କରିଥିଲେ।କୁମ୍ଭଭରଣ ରେ ଦେବଦେବ ଇନ୍ଦ୍ର, ଇନ୍ଦ୍ରାଣୀ କୁ ମଧ୍ୟ ପୂଜାଅର୍ଚନା ପରେ ତାଙ୍କ ପ୍ରତିନିଧି ଭାବେ ସାହାଡ଼ା ବୃକ୍ଷର କିଛିଅଂଶ କୁ ପାରମ୍ପରିକ ଦେବତା ବାଦ୍ୟର ତାଳେ ତାଳେ ଆବାହନ କରି କୁମ୍ଭ ମଧ୍ୟରେ ସ୍ଥାପନ କରାଯାଇଥିଲା।ଉସବରେ ସ୍ଥାନୀୟ ଅଞ୍ଚଳ ତଥା ଅନ୍ୟାନ୍ୟ ସ୍ଥାନରୁ ବହୁସଂଖ୍ୟକ ବନ୍ଧୁବର୍ଗ, ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ।ବୁଢ଼ାଦେଓଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଥିବା ଯୋଗୁଁ ଜନସାଧାରଣ  ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଛନ୍ତି।

Post a Comment

Previous Post Next Post