ସୁବର୍ଣ୍ଣପୁର (ଗଣପତିବାଘ) ସାରା ଦେଶରେ ଆଜି ଅମୃତ ମହୋତ୍ସବ ଓ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକରେ ମଧ୍ୟ ଏହାର ଅନୁରୂପ ପ୍ରତିଫଳନ ପରିଳକ୍ଷିତ ହୋଇଛି । ଆଜି ଅପରାହ୍ନରେ ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ସଂଘ ତରଫରୁ ୯୦୦ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ଶିବ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଆର.ଏମ.ସି. ଠାରେ ପହଞ୍ଚିଥିଲେ ଓ ସେଠାରେ ଏକ ଵୈଠକ କିରି ସଙ୍ଘର ନୂତନ କର୍ମକର୍ତା ଚୟନ କରିଥିେଲ। ସଭାପତି ଭାବରେ ପୁନିଆଁ ସ୍ବାଇଁ, ଉପ-ସଭାପତି ପ୍ରକାଶ ହାତୀ, ସମ୍ପାଦକ ଇଶ୍ବର ପାତ୍ର ଓ ସହ ସମ୍ପାଦକ ଗୈରାଙ୍ଗ ଦଣ୍ଡସେନା ଭାବେ ମୋନନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଙ୍ଘର ୯୦୦ଫୁଟ ତ୍ରିରଙ୍ଗା ଯାତ୍ରା
ଆଜତକ ଓଡ଼ିଶା
0
Post a Comment