ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା , ବାଲିଆପାଳ, ଜଳେଶ୍ଵର ବ୍ଲକ ଅଞ୍ଚଳ ରେ ବିଭିନ୍ନ ସଂଗଠନ, ସରକାରୀ ଅଫିସ, ମାନଙ୍କ ରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ମଧ୍ୟରେ ଅଳ୍ପ ସଂଖ୍ୟ କ ଲୋକ ଏକତ୍ରିତ ହୋଇ ସ୍ବାଧୀନତା ଦିବସ ପାଳନ କରିଥିଲେ। ତେବେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସ୍କୁଲ କଲେଜ ମାନଙ୍କ ରେ ପ୍ରଭାତଫେରୀ ସହିତ ଅଗଷ୍ଟ ଆଠ ତାରିଖ ଠାରୁ ଚଉଦ ତାରିଖ ପର୍ଯ୍ୟନ୍ତ ସ୍ବାଧୀନତା ଦିବସ କୁ ଧୁମଧାମରେ ପାଳନ କରାଯାଉଥିବା ରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ରେ ପିଲାମାନଙ୍କୁ ଦେଖିବାକୁ ମିଳିନଥିଲା। ବହୁ ସ୍ଥାନରେ ଲୋକମାନେ ବାଇକ ରାଲି ସହିତ ପଦଯାତ୍ରା କରି ସ୍ବାଧୀନତା ଦିବସ ରେ ଲୋକ ମାନଙ୍କୁ ସଚେତନ କରାଇଥିଲେ। ତେବେ ସରକାର ଙ୍କ ନିୟମ ଅନୁସାରେ ଦିନ ଆଠଟା ପରେ ସମସ୍ତ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଥିଲା। ବସ୍ତା ବ୍ଲକ୍ ପତ୍ରଝଡ଼ା ପଞ୍ଚାୟତ ରେ ପତାକା ଉତ୍ତୋଳନ ସହ ସମସ୍ତ ଓ୍ବାଡ କୁ ବାଇକ ରାଲି କରାଯାଇ ସଚେତନତା ର ବାର୍ତ୍ତା ପହଞ୍ଚାଇବା ଚେଷ୍ଟା କରିଥିଲେ ପଞ୍ଚାୟତ ବାସୀ।

Post a Comment

Previous Post Next Post