ହରଭଙ୍ଗା : (ସୁଶାନ୍ତ କୁମାର ବେହେରା)ଚଳିତ ବର୍ଷ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ର ବିଭିନ୍ନ ଗ୍ରାମରେ ବହୁ ଧନଜୀବନ କ୍ଷତି ଗ୍ରସ୍ତ ହୋଇଛି!କ୍ଷତି ଗ୍ରସ୍ତ ଓ ବନ୍ୟା ଅଂଚଳ ରେ ଗୋ ମାତା ଓ ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଗତକାଲି ରାମଗଡ ପଂଚାୟତ ରେ ପଶୁ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ପଶୁ ଅଧିକାରୀ ଡ଼ଃ ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ଵାବଧାନରେ ଏକ ପଶୁଚିକିତ୍ସା ବିଭାଗ ଦଳ ରାମଗଡ ପଂଚାୟତ ରେ ଚିକିତ୍ସା ଶିବିର କରି ପଂଚାୟତ ବିଭିନ୍ନ ଗ୍ରାମକୁ ଯାଇ ପଶୁ ଚିକିତ୍ସା ଓ ରୋଗ ନିରାକରଣ ସତର୍କତା ସଚେତନ କରାଇଥିଲେ!
ଏହି କାର୍ଯ୍ୟକ୍ରମ ରେ ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଅକ୍ଲାନ୍ତ ପରିଶ୍ରମ କରି ପଂଚାୟତ ର ରାମଗଡ, ପଲସାପଟ, ପ୍ରଗଳପୁର,କୋଇଲିସୁତା ଉଆଁଳ, ଆଦି ଗାଁ ର ପ୍ରାୟ ୬୦୦ ଗାଈ ଗୋରୁ, ଛେଳି, ମେଣ୍ଢା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗ ନିରାକରଣ ପାଇଁ ଟୀକାଦାନ କରିଥିଲେ!ଶ୍ରୀଯୁକ୍ତ ବାରିକ ଙ୍କୁ ଏହି ଟୀକାଦାନ ଓ ସଚେତନ କାର୍ଯ୍ୟକ୍ରମ ରେ ପୂର୍ଣ୍ଣଚନ୍ଦ୍ର ଯୋଶୀ, ଅର୍ଜୁନ ସେଠି, MVU କଣ୍ଟାମାଳ ନୀଳାଦ୍ରି ବିହାରୀ ପ୍ରଧାନ ସହଯୋଗ କରିଥିଲେ।
Post a Comment